Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଟ୍ରକ,ଟ୍ରଲର ଧକ୍କାରେ ବାଇକ ଆରୋହୀ ମୃତ

1 min read

କେନ୍ଦୁଝର,୧୩/୧୦: ଆଜି ସନ୍ଧ୍ୟା ପ୍ରାୟ ସାତଘଟିକା ସମୟରେ ଠାକୁରଡିଛକ ନିକଟରେ ଏକ ଟଲର ସହ ଦୁଇଟି ଟ୍ରକର ଦୁର୍ଘଟଣା ଭିତରେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ୍ ଆରୋହୀର ମୃତ୍ୟୁ ହୋଇଛି। ବାଇକ୍ ଆରୋହୀଙ୍କ ଘର ଗୋନାସିକା ଓ ତାଙ୍କ ନାମ ଶ୍ୟାମ ଜୁଆଙ୍ଗ। ତାଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଏଠାରେ ଜାତୀୟ ରାଜପଥ ୪୯ରାସ୍ତା କାମ ମନ ଇଚ୍ଛା ହେଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟି ଚାଲିଛି। ଦୁର୍ଘଟଣା ଘଟିଥିବା ସ୍ଥାନର ଉଭୟ ପାର୍ଶ୍ବରେ ବଡବଡ ଗାଢ ଲମ୍ବାଚଉଡ଼ା ଖୋଳାହୋଇ ରଖା ଯାଇଥିବାରୁ,ରାସ୍ତା ଅଣ ଓସାରିଆ ହୋଇ ରହିଅଛି। ଯାହା ଫଳରେ କି ଉଭୟ ପାର୍ଶ୍ବରୁ ଆସୁଥିବା ବଡବଡ ଟଲର, ଟ୍ରକ୍ ପାସ ହୋଇ ନପାରିବାରୁ ଏପରି ଦୁର୍ଘଟଣା ଘଟୁଛି।

କେନ୍ଦୁଝରରୁ ମକୁନ୍ଦ ଚରଣ ନାୟକ

ସବୁବର୍ଗ ଖବର

1 thought on “ଟ୍ରକ,ଟ୍ରଲର ଧକ୍କାରେ ବାଇକ ଆରୋହୀ ମୃତ

  1. A payday loan is actually a kind of immediate debt where your provider could broaden high-interest credit rating based upon your income. The crucial is usually some of your respective future pay. Cash loans bill high percentage of interest with regard to short-term immediate credit. They have also been named cash advance loans as well as examine enhance fiscal same day loans.

Leave a Reply

Your email address will not be published. Required fields are marked *