Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁରୁଣା ପେନସନକୁ ପୁନଃ ଲାଗୁ ପାଇଁ ଦିନିକିଆ ଗଣ ଧାରଣା

1 min read

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରୁଣା ପେନସନକୁ ପୁନଃ ଲାଗୁ କରିବାପାଇଁ ଏକ ଦିନିକିଆ ଗଣ ଧାରଣା ଦେଇଥିଲେ । ୨୦୦୫ ଠାରୁ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ନିମନ୍ତେ ପେନସନ ଯୋଜନା ନଥିବା ବେଳେ ଜାତୀୟ ଦରମା ବୃଦ୍ଧି ହେଉ ନଥିବା ଓ ଠିକା ବ୍ୟବସ୍ତା ଉଠା ଯାଇ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜିର ଏହି ଦିନିକିଆ ଗଣଧାରଣା କରଯାଇଥିବା ସଂଘ ଦାବି କରାଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ନୀଳକଣ୍ଠ ବେହେରା, ସମ୍ପାଦକ ଲୋକନାଥ ସାହୁ, ଉପସଭାପତି ପଦ୍ମ ଚରଣ ରଥ ଓ ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁଙ୍କ ସମେତ ଶିକ୍ଷକ ସାଧନ ସରକାର ଦେବାଶିଷ ମଣ୍ଡଲ, ଅମ୍ରିତ ଲାଲ ସରକାର, ସୁଧାଂଶୁ ସୁତାର, ପୁଷ୍ପାଞ୍ଜଳି ପରିଡା ଓ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ଲକର ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତାଙ୍କ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ । ଏହାପରେ ଅପରାହ୍ଣ ୫ ଘଟିକା ସମୟରେ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *