Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଜୟନଗର ପାଇକ ସାହି ସାରସ୍ୱତ ବାଲ ମନ୍ଦିରରେ ବାର୍ଷିକ ପ୍ରଦର୍ଶନୀ ଉତ୍ସବ ପାଳିତ

1 min read

ଜୟପୁର (ସଖପ୍ର): ଆଜି ଜୟପୁର ଜୟନଗରସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡ଼ମ୍ବରରେ ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ ଉତ୍ସବ ପାଳିତ ହୋଇସାରିଛି । ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ଛାତ୍ରଛାତ୍ରୀ, ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ଦିବସଟି ରୋମାଞ୍ଚକର ହୋଇପାରିଥିଲା। ଏଭଳି ଏକ ଛୋଟ ଅନୁଷ୍ଠାନରେ ଏକା ସମୟରେ ଆୟୋଜିତ ହୋଇଥିଲା ବିଜ୍ଞାନ, ସାହିତ୍ୟ, ମହାପୁରୁଷଙ୍କ ଫଟୋ, ଫୁଲ, ଔଷଧୀୟ ବୃକ୍ଷ, ଟେଡି, ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଗୃହ ସୁସଜ୍ଜିକରଣ ବୃକ୍ଷ, ଡ୍ରଇଂ, ଝୋଟି, ଏବଂ ହସ୍ତକର୍ମ ଭଳି ବାରଟି ପ୍ରଦର୍ଶନୀ । ମୁଖ୍ୟ ମଞ୍ଚରେ ଅବ୍ୟାହତ ରହିଥିଲା ପିଲାମାନଙ୍କ ଦ୍ୱାରା ପରିବେଷଣ ହେଉଥିବା ଗୀତ, ଗପ, କବିତା ଆବୃତ୍ତି, ଅନୁଭୂତି ବର୍ଣ୍ଣନା ଏବି ନୃତ୍ୟ। ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତକର୍ମକୁ ଅଭିଭାବକମାନେ ମୂଲ୍ୟଦେଇ କିଣି ନେଉଥିଲେ ଏବଂ ପ୍ରୋତ୍ସାହନ ଦେଉଥିଲେ। ଅଭିଭାବକମାନଙ୍କ ଦ୍ୱାରା ମଧ୍ୟ କିଛି ଖାଦ୍ୟ ଦୋକାନ କରାଯାଇ ଦର୍ଶକଙ୍କୁ ଖାଦ୍ୟ ବିକ୍ରି କରାଯାଉଥିଲା। ଏମିତି କହିବାକୁ ଗଲେ ଅନୁଷ୍ଠାନ ପରିସର ଏକ ମିନି ମିନାବଜାର ସଦୃଶ୍ୟ ଦେଖାଯାଉଥିଲା।

ପିଲାମାନଙ୍କର ନିଖୁଣ ପ୍ରଦର୍ଶନରେ ଅନୁଷ୍ଠାନର ନିଷ୍ଠା ଏବଂ କାର୍ତ୍ତବ୍ୟନିଷ୍ଠତା ପ୍ରତିଫଳିତ ହେଉଥିଲା। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଅନୁପ ସାମନ୍ତରା ଏବଂ ଉପସଭାପତି ଶ୍ରୀଯୁକ୍ତ ନବୀନ ମହାନ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଇ ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇଥିଲା।ଜୟପୁରର ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅନୁଷ୍ଠାନର ଭୁୟସୀ ପ୍ରଶଂସା କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *