Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ ଅନୁଷ୍ଠିତ

1 min read

କୋରାପୁଟ (ସଖପ୍ସ): ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମଗ୍ର ଓଡିଶା ରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରିବାକୁ ନିର୍ଦେଶ ଦେଇଥିବା ବେଳେ ଅନ୍ୟପଟେ ଆଜି କୋରାପୁଟରେ ବି ବାଳକ ହାଇସ୍କୁଲ ମସ୍ତିପୁଟ ହାଇସ୍କୁଲ ରେଲି କୁମ୍ଭା ବିଦ୍ୟାଳୟ ସମେତ ଏହି ବୈଠକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାଙ୍କର ଭବିଷ୍ୟତରେ ଏହିପରି ବୈଠକର ଆବଶ୍ୟକତା ରହିବା ସହ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ଏହା ଏକ ଯୋଗସୁତ୍ର ବୋଲି ନିମନ୍ତ୍ରିତ ଅତିଥି ମାନେ କହିଥିଲେ।ଏହି ବୈଠକରେ ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଅଭିଭାବିକା ମାନେ ଯୋଗଦେଇ ଥିବାବେଳେ କୋରାପୁଟ କ୍ଲଷ୍ଟର ସିଆର ସି ସି ପ୍ରଦୀପ ପାତ୍ର ସମେତ ଓ ଅନ୍ୟ କ୍ଲଷ୍ଟର ସିଆରସିସି ମାନେ ବି ସାମିଲ ହୋଇଥିଲେ ।

କୋରାପୁଟ ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *