Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ଉଚ୍ଚ ବିଦ୍ୟାଳୟ ମସ୍ତିପୁଟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

1 min read

କୋରାପୁଟ (ସଖପ୍ର): କୋରାପୁଟ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମସ୍ତିପୁଟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁରତ୍ନା ଘୋଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଗେନ୍ଦ୍ର କୁମାର ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ପାଇଁ ବିଜ୍ଞାନ ମେଳା ଗୋଟିଏ ସୁଯୋଗ ବୋଲି ପ୍ରଧାନ ଶିକ୍ଷକ ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଷୟରେ 30 ଗୋଟି ବିଜ୍ଞାନ ପ୍ରକଳ୍ପ ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ ଦଶମ ଶ୍ରେଣୀର ଛାତ୍ର ଟୁକୁ ଝୋଡ଼ିଆ ପ୍ରଥମ ସ୍ଥାନ, ଶ୍ରୀୟାଂଶୁ ଖିଲ ଦ୍ୱିତୀୟ ସ୍ଥାନ ଓ ରଂଜନ ଚଲାଣ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୁଖ୍ୟ ଅତିଥି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଶଶିକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ନିକଟସ୍ଥ ବଗ୍ରାଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମେଳା ବୁଲି ଦେଖିଥିଲେ ଓ ଉତ୍ସାହିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପଦ୍ମାବତୀ ବେହେରା, ତପସ୍ୱିନୀ ପାଢ଼ୀ, ସନ୍ତୋଷୀ ସ୍ୱାଇଁ, ପ୍ରତୀକ୍ଷା ସ୍ୱାଇଁ, ଗଣେଶ ବେହେରା, ସଦାଶିବ ପଣ୍ଡା, ତପନ ତ୍ରିପାଠୀ ସହଯୋଗ କରିଥିଲେ ।
କୋରାପୁଟରୁ ଦେବାଶ୍ରିତ ପଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *