05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୁଆ ଆଡ୍ଡା ଉପରେ ଚଢ଼ଉ ୧୨ ଗିରଫ, ୧ଲକ୍ଷ ୨୯ହଜାର ଓ ୫୪୦ଟଙ୍କା ଜବତ

ରାୟଗଡ଼ା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ ) ଗୁଣୁପୁର ଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ୍‌ ଆକସ୍ମିକ ଚଢ଼ଉ କରିଥିଲା । ଏହି ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ଜୁଆ ଖେଳୁଥିବା ୧୨ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ନଗଦ ୧ଲକ୍ଷ ୨୯ହଜାର ଓ ୫୪୦ଟଙ୍କା ଜବତ କରିବା ସହିତ ଅନ୍ୟାନ୍ୟ ଜୁଆ ଖେଳିବା ସାମଗ୍ରୀ ମଧ୍ୟ ଜବତ କରିଛି । ସୂଚନାଯୋଗ୍ୟ, ପୁଲିସ ବିଶେଷ ସୂତ୍ରରୁ ଏହି ଜୁଆ ଆଡ୍ଡା ବିଷୟରେ ଖବର ପାଇଥିଲା । ଏହାପରେ ଆକସ୍ମିକ ଭାବେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୨ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ପୁଲିସ ନଗଦ ଟଙ୍କା ସହିତ ଗୋଟିଏ ମାରୁତି ବ୍ରିଜ୍ଜ କାର, ୯ଟି ମୋଟରସାଇକେଲ, ୧୨ଟି ମୋବାଇଲଫୋନ୍‌ ସହିତ ଅନ୍ୟାନ୍ୟ ଜୁଆସାମଗ୍ରୀ ଆଦି ଜବତ କରିଛି । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *