Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳା ଅନୁଷ୍ଠିତ

1 min read

ମାଲକାନଗିରି(ସଖପ୍ର) :ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏବଂ ବିଏସଏଫର ମିଳିତ ସହଯୋଗରେ କୁଡୁମୁଲୁଗୁମ୍ମାସ୍ଥିତ ଡ଼ାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ କରାଯାଇଛି | ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଏସଏଫ ଡେପୁଟି କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର , ସହକାରୀ କମାଣ୍ଡାଣ୍ଟ ପ୍ରମୋଦ କୁମାର , ଜିଲ୍ଲା ପରିଷଦ ସଦସ୍ୟ ବଳି ମାଝୀ, ବିଡିଓ ଉମାଶଙ୍କର କୋୟା,ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ହରିଶ ରୂପଲ , ବଣ୍ଡା ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ ସଲମାନ ରାଇକିଆ , ଦିଦାୟୀ ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ କିରାଣୀ ନାୟକ, ମହାବିଦ୍ୟାଳୟ ର ପ୍ରିନସିପାଲ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଏସଏଫ ଡେପୁଟି କମାଣ୍ଡଣ୍ଟ ଶ୍ରୀ ମହାପାତ୍ର କହିଥିଲେ ଯେ ଏହାଦ୍ଵାରା ଗ୍ରାମାଞ୍ଚଳର ବେକାର ଯୁବକ ଓ ଯୁବତୀ ମାନେ ବିଭିନ୍ନ କମ୍ପାନୀ ରେ ନିଯୁକ୍ତ ପାଇବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି | ସେହିପରି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସେଠୀ କହିଛନ୍ତି ଯେ ଏହା ଦ୍ୱାରା ଗରିବ ଓ ବେକାରୀ ସମସ୍ୟା କିଛି ମାତ୍ରା ରେ ଦୂର ହେବା ସହ ବେକାର ଯୁବକଯୁବତୀ ମାନେ ଅର୍ଥ ରୋଜଗାର କରି ନିଜର ପରିବାର ପ୍ରତି ପୋଷଣ ରେ ସହାୟକ ହୋଇ ପାରିବେ | ଏହି ମେଳା ରେ ସମୁଦାୟ ୧୬ ଟି କମ୍ପାନୀ ଭାଗ ନେଇଥିଲେ ଓ ଏଥିରେ ୭୩୦ ଜଣ ଯୁବକ ଓ ଯୁବତୀ ପଞ୍ଜିକୃତ କରିଥିଲେ |ଏହି କାର୍ଯ୍ୟକ୍ରମ ଜିଲ୍ଲା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜନ ହୋଇଥିଲା । ସେହିପରି ଓଏଲଏମ ଅଧିକାରୀ ଚିନ୍ମୟ କୁମାର ସିଂ ସଂଯୋଜନା କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *