Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାରେ ପୁଣି ଅନ୍ଧବିଶ୍ୱାସର ଖେଳ…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ପୁଣି ଆରମ୍ଭ ହେଇଗଲା ଅନ୍ଧବିଶ୍ୱାସର ଖେଳ |ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୭୫ ଗ୍ରାମରେ ଲୋକେ ଏବେ ଅଜଣା ରୋଗର ଶିକାର ହେଉଛନ୍ତି |ଗ୍ରାମବାସୀ ମେଡିକାଲ ଉପରେ ବିଶ୍ୱାସ ନ କରି ଦୈବୀ ଶକ୍ତି ଓ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରୁଛନ୍ତି |ମେଡିକାଲର ଗୋଟିଏ ଟିମ ସେଠାକୁ ଯାଇଥିଲେ, ହେଲେ ସେମାନଙ୍କ ପାଖକୁ କେହି ଗଲେ ନାହିଁ |ସେହି ଗ୍ରାମର ଗ୍ରାମଦେବୀଙ୍କୁ ବିଶ୍ୱାସ କରି ଶହଶହ ଲୋକ ସେଠାରେ ପୂଜା କରୁଛନ୍ତି |କେତେକ ରୋଗୀ ମୁର୍ଚ୍ଛା ହେଇଯାଉଛନ୍ତି, କେତେକ ପାଗଳ ପରି ହେଉଛନ୍ତି ଓ କେତେଜଣ ବାନ୍ତି କରୁଛନ୍ତି |ଏକବିଂଶ ଶତାବ୍ଦୀରେ ଏବେ ବି ଲୋକେ ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି |ସରକାର ଜିଲ୍ଲାରେ ଯଥାଶିଘ୍ର ସଚେତନତା ସୃଷ୍ଟି କରିବାକୁ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *