Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଧର୍ମଶାଳା ଅଂଚଳରେ ପିଆଜ, ଆଳୁ ଓ ରସୁଣର ଦର ଆକାଶଛୁଆଁ, ଗ୍ରାହକ ହନ୍ତସନ୍ତ

1 min read

ଧର୍ମଶାଳା, ୧୬/୧୦(ପ୍ରତିନିଧି ନାରାୟଣ ରଥ) ସମଗ୍ର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପିଆଜ ଓ ରସୁଣର ଦର ଆକାଶ ଛୁଆଁ ହୋଇ ଚାଲିଛି । ଦରଦାମ ନିୟନ୍ତ୍ରଣରେ ପ୍ରଶାସନର ଅଙ୍କୁଶ ନଥିବା ଯୋଗୁଁ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହ ଗରିବଙ୍କ ମୁଣ୍ଡରେ ଚଡକ ପଡିଛି । ଗତ ୧ ମାସରୁ ଉଦ୍ଧ୍ୱର୍ ଦିନ କ୍ରମାଗତ ଭାବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ , ଜାରକା, କାଏମା, କୋତପୁର, ବାରବାଟୀ, କୁଆଖିଆ, ସିଂହାପୁର, ବ୍ରହ୍ମବରଦା ହାଟ , ଧର୍ମଶାଳା ହାଟ, ନାକପୋଲ ହାଟ, ଆରୁହା ହାଟ ଓ ବଜାର ମାନଙ୍କରେ ପିଆଜ କିଲୋଗ୍ରାମ ପ୍ରତି ୫୫ ରୁ ୬୦ ଟଙ୍କା ଓ ରସୁଣ କିଲୋଗ୍ରାମ ପ୍ରତି ୨୦୦ ଓଙ୍କାରେ ବିକ୍ରୟ କରାଯାଉଛି । ଏପରିକି ମୁନାଫାକୋର ଅସାଧୁ ବ୍ୟବସାୟୀମାନେ ଅତ୍ୟନ୍ତ ନିମ୍ନମାନର ପିଆଜ ଆଣି ଖାଉଟି ମାନଙ୍କୁ ଶୋଷଣ କରି ଚଢ଼ା ଦରରେ ବିକ୍ରୟ କରୁଥିବାର ଅଭିଯୋଗ ହୋଇଛି । ମୁନାଫାକୋର କିଛି କଳାବ୍ୟବସାୟୀମାନେ ତାଙ୍କ ଗୋଦାମ ଗୃହରେ ପ୍ରଚୁର ପରିମାଣର ପିଆଜ ଗଚ୍ଛିତ ରଖିଥିଲା ବେଳେ ବିଭିନ୍ନ ଆଳ ଦେଖାଇ ପିଆଜର କୃତିମ ଅଭାବ ସୃଷ୍ଟି କରୁଛନ୍ତି । ଏପରି ସ୍ଥଳେ ଗରିବ ଖାଉଟି ମାନଙ୍କ ପଖାଳ କଂସାରୁ ପିଆଜ ଓ ରସୁଣ ଏକରକମ ଉଭେଇ ଯାଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ସେହିପରି ଭାବେ ଆଜିର ସମାଜରେ ପ୍ରତି ତିଅଣ ଓ ଭୋଜି ଭାତରେ ପିଆଜର ସ୍ୱତନ୍ତ୍ର ଚାହିଦା ଓ ଆଦର ରହିଛି । ମହାରାଷ୍ଟ୍ର ରାଜ୍ୟର ନାସିକରେ
ଲଗାଣ ବର୍ଷା ଯୋଗୁଁ ପିଆଜ ଫସଲ ଉତ୍ପାଦନ ବାଧାପାପ୍ତ ହୋଇଥିବାର ଆଳ ଦେଖାଇ ବ୍ୟବସାୟୀମାନେ ଖାଉଟିଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି । ଏପରି ସ୍ଥଳେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁନଫାକୋର ବ୍ୟବସାୟୀଙ୍କ ମନ ଇଚ୍ଛା ଦରବୃଦ୍ଧି ଦିଗରେ କୈାଣସି ଅଙ୍କୁଶ ଲଗାଯାଉନି । ଫଳରେ ଖାଉଟି ମହଲରେ ନାହିଁ ନଥିବା ଅସନ୍ତୋଷ ବୃଦ୍ଧି ପାଇଛି । ଅପରପକ୍ଷରେ ରାଜ୍ୟ ସରକାର ଚାଉଳ କିଲୋଗ୍ରାମ ୧ ଟଙ୍କାରେ ଯୋଗାଇ ଦେଉଥିବା ବେଳେ ଖୋଲାବଜାରରେ ପିଆଜ ଦର ୬୦ ଟଙ୍କା ଦରରେ ବିକ୍ରି କରାଯାଉଥିବା କେତେ ଦୂର ସମାଚିନ ତାହା ତଦନ୍ତ ସାକ୍ଷେପ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *