05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅନ୍ୟତ୍ର ବିବାହ କରି ମାଆ ଫେରାର ,ଭୋକରେ ଆଉଟୁ ପାଉଟୁ ଦୁଇ ଭାଇ

ଯାଜପୁର,ସୁକିନ୍ଦା, ୧୬/୧୦ (ପ୍ରତିନିଧି ନାରାୟଣ ରଥ) ବାପାଙ୍କ ମୃତ୍ୟୁ ପରେ ମାଆ ଅନ୍ୟଜଣକୁ ବିବାହ କରି ଚାଲିଗଲା ।ଦୁନିଆକୁ ଭଲଭାବରେ ଚିହ୍ନି ନଥିବା ନିଷ୍ପାପ ଶିଶୁ କିଛି ବାଟନପାଇ ନିଜ ଅଜାଙ୍କ ଘରକୁ ଚାଲି ଆସିଲେ ।ବୃଦ୍ଧ ଅଜା ଗାଁର କିଛି ଲୋକଙ୍କ ଛେଳି ଜଗି ଯେଉଁ ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ୩ ଜଣ ଦୁଃଖ କଷ୍ଟରେ ଚଳୁଛନ୍ତି ।ଅଧା ସମୟ ଚୁଲି ଅଜଳା ମଧ୍ୟ ରହୁଛି ।ଭୋକର ଜ୍ୱାଳାକୁ ସହି ନପାରି ଏହି ଦୁଇ ଭାଇ ଆଖ ପାଖରେ ହାତ ପାତୁଥିବା ଦେଖିବାକୁ ମିଳୁଛି ।ସୁକିନ୍ଦା ବ୍ଲକ ଦୁଧୁଜୋରି ପଞ୍ଚାୟତ ହରିଡା ବାହାଳି ଗ୍ରାମର ବିର ଗାଗରାଇଙ୍କର ପ୍ରାୟ ୪ ବର୍ଷ ତଳେ ମୃତ୍ୟୁ ଘଟିଛି ।ବୀରଙ୍କ ମୃତ୍ୟୁର ତିନି ବର୍ଷ ପରେ ତାଙ୍କ ପତ୍ନୀ ଲଷ୍ମୀ ଗାଗରାଇ ଅନ୍ୟତ୍ର ବିବାହ କରି ଚାଲିଗଲେ ।ଘରେ ଛାଡି ଦେଇ ଗଲେ ଦୁଇ ଶିଶୁ ପୁତ୍ର ।ବଡ଼ ପୁଅ ଶ୍ରୀଧରକୁ ଏବେ ୯ ବର୍ଷ ଚାଲୁଥିବାବେଳେ ସାନ ପୁଅ ଦୀପକକୁ ୭ ବର୍ଷ ।ମାଆ ଯିବା ପରେ କଣ ଖାଇବେ କେମିତି ରହିବେ କିଛି ବୁଦ୍ଧି ବାଟ ଦିଶିଲାଣି ଶେଷରେ ସେହି ଗ୍ରାମରେ ଥିବା ତାଙ୍କ ଅଜାଙ୍କ ଘରକୁ ଚାଲିଆସିଲେ ।ଗ୍ରାମର କିଛି ଲୋକଙ୍କ ଛେଳି ଜଗି ଦୁଇ ପଇସା ରୋଜଗାର କରୁଥିବା ଅଜା ନିଜେ ଚଳିବା କଷ୍ଟସାଧ୍ୟ ହୋଇପଡିଥିବାବେଳେ ଦୁଇ ନାତି ତାଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସାଜିଛନ୍ତି ।ଘରେ ଓଳିଏ ଖାଇବାକୁ ମିଳିଲେ ଆର ଓଳିକି ନାହିଁ ।ଏଣୁ ବାଧ୍ୟ ହୋଇ ଉଭୟ ୟା ତା ପାଖରେ ଖାଦ୍ୟ ପାଇଁ ହାତ ପାତୁଛନ୍ତି ।ସର୍ବଶିକ୍ଷା ଅଭିଯାନ ଏମାନଙ୍କ ପାଇଁ ପ୍ରହସନ ପାଲଟିଛି ।ସରକାରଙ୍କ ତରଫରୁ ଏମାନଙ୍କୁ କୌଣସି ସାହାଯ୍ୟ ମିଳିଲେ ହୁଏତ ପିଲା ଦୁଇଜଣ ବଞ୍ଚି ଯାଆନ୍ତେ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚାଚାଲିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *