Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋତପୁର ଭଗବାନପୁର ପୋଲ ନିକଟରୁ ଗଳିତ କଙ୍କାଳ ସହ ମଟରସାଇକେଲ ଉଦ୍ଧାର, କାହାକୁ ହତ୍ୟା କରି ନଦୀରେ ଫିଙ୍ଗାଯାଇଥିବା ସନ୍ଦେହ

1 min read

ଧର୍ମଶାଳା ୧୬/୧୦(ନାରାୟଣ ରଥ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ଶାଖା ନଦୀ କେଲୁଅର କୋତପୁର ଭଗବାନପୁର ପୋଲ ନିକଟରୁ ଏକ ଯୁବତୀର କଙ୍କାଳ ଉଦ୍ଧାର କରାଯାଇଛି । ଏଥି ସହିତ ଏକ ହିରୋ ହୋଣ୍ଡା ଗ୍ଲାମର ଗାଡି ମଧ୍ୟ ମିଳିଛି । ତେବେ କିଛି ଦିନ ହେବ ଧରି ନଦୀ ପାଣିରେ ଶବଟି ପଡି ପଡି ମାଂସ ସବୁ ପଚି ଝଡି ଯାଇଥିବା ବେଳେ ଏହାକୁ କେଉଁଟି ହତ୍ୟା କରାଯାଇ ନଦୀରେ ପିଙ୍ଗା ଯାଇଥିବା ଏଠାରେ ଚର୍ଚ୍ଚା ଚାଲିଛି । ତେବେ ଗାଡିଟିକୁ କୋତପୁର ପାଣ୍ଡି ପୋଲିସ ଜବତ କରିଥିବା ବେଳେ ଶବ ଉପରେ ଅଧିକ ତଥ୍ୟ ଦିଆଯାଇନାହିଁ । ତେବେ ପୋଲିସ ଶବ ଜବତ କରିବା ଏବଂ ଅଧିକ ତଦନ୍ତ କରିବାରେ ଟାଳୁଟୁଳ ନୀତି ଅବଲମ୍ବନ କରୁଥିବା ଜନସାଧାରଣ ଅଭିଯୋଗ କରିବା ସହିତ ଗଣମାଧ୍ୟମକୁ ମଧ୍ୟ ତଥ୍ୟ ପ୍ରଦାନ କରାଯାଉନାହିଁ । ଏହା ଉପରେ ତଦନ୍ତ କରି ଏହା ଶବ କାହାର ଏବଂ କେଉଁଠୁ ଆସିଲା ତାହାର ସତ୍ୟତା ଲୋକଲୋଚନକୁ ଆଣିବାକୁ ସାଧରଣରେଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *