Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପାଥୋଲ୍ୟାବର ଫାର୍ମାସିଷ୍ଟ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଆଣ୍ଠେଇଲେ

1 min read

ମୟୁରଭଞ୍ଜ : ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ହେଲେ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ମାଧ ଓରଫ ବିଦ୍ୟାଧର ପ୍ରଧାନ(୩୮)। ପୂର୍ବାହ୍ନରେ ବଡ଼ସାହି ଥାନା ଅଞ୍ଚଳର ଜନୈକା ଯୁକ୍ତ ତିନି ଛାତ୍ରୀ ତାଙ୍କ ଭାଇ ସହିତ ଉକ୍ତ ପାଥୋଲ୍ୟାବକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ବିଳମ୍ବ ହେବାକୁ ଭାଇ ଜଣଙ୍କ ବାଇକରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିବା ସମୟରେ ଏକୁଟିଆର ସୁଯୋଗ ପାଇ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ବେଳେ କୁଆଡ଼େ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ତାଙ୍କ ଭାଇ ପହଞ୍ଚିବା ପରେ କାନ୍ଦିକାନ୍ଦି ଭଉଣୀ ସମସ୍ତ କଥା କହିବା ପରେ ଖବର ପ୍ରସାରିତ ହୋଇଥିଲା। ଅଭିଯୁକ୍ତ ଫାର୍ମାସିଷ୍ଟ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବା ଲୋକମାନେ ନିର୍ଧୁମ ମାଡ଼ମାରି ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ହାତ ଯୋଡ଼ି ନିଜର ଦୋଷ ସ୍ବିକାର କରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‍ ଏନେଇ ଏକ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *