ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା…
ମାଲକାନଗିରି :ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମଗୁଡ଼ିକରେ ମାତୃଭାଷା ଓଡ଼ିଆ କ୍ରମଶଃ ମରି ମରି ଯାଉଛି। ଜିଲ୍ଲାର ଗୋଟିଏ ପାର୍ଶ୍ବରେ ଆନ୍ଧ୍ର ସୀମା ଲାଗି ରହିଥିବା ବେଳେ ଅନ୍ୟ ପଟେ ଛତିଶଗଡ଼ ସୀମା ଲାଗି ରହିଛି। ଓଡ଼ିଶା ତଥା ମାଲକାନଗିରି ଜିଲ୍ଲା ସୀମାନ୍ତ ଗ୍ରାମଗୁଡ଼ିକର ଚିତ୍ର ଦେଖିଲେ ଓଡ଼ିଆ ଅପେକ୍ଷା ପଡ଼ୋଶୀ ରାଜ୍ୟର ଭାଷା ବହୁଳ ଭାବେ ବ୍ୟବହାର ହେଉଥିବା ଦେଖାଯାଉଛି। ଓଡ଼ିଶାରେ ରହି ବି ଏହିସବୁ ଗାଁର ଲୋକେ ନିଜ ମାତୃଭାଷା ଓଡ଼ିଆ ଜାଣି ପାରୁନାହାନ୍ତି। ଏପରି ଅବସ୍ଥା ରହିଲେ ଶେଷରେ ଆମ ଓଡ଼ିଆ ଭାଷା ଲୁପ୍ତ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି |ଏ ଦିଗରେ ଆମ ଓଡିଶା ସରକାର ଯଥାଶୀଘ୍ର ପଦେକ୍ଷପ ନେବା ଜରୁରୀ |
ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ