Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

St.John ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

1 min read

ପୁରୀ: St.John ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପକ୍ଷରୁ ରକ୍ତଦାନ ଶିବିର ବ୍ଲକଛକ ସ୍ଥିତ ମହୋଦଧି କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଆଇନଜୀବୀ ତଥା ସମାଜସେବୀ ଲାଲା ଅନନ୍ତ କୁମାର ସିଂହଙ୍କ ନେତୃତ୍ବରେ ହୋଇଥିଲା। ସମାଜସେବୀ ବଦ୍ରିନାଥ ମିଶ୍ର, ଓଟିଭି ପ୍ରତିନିଧି ମଧୁସୂଦନ ମିଶ୍ର ଓ ଜୟନ୍ତୀ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ରକ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀନିବାସ ମହାନ୍ତି, ମନୋରଞ୍ଜନ ଭୋଇ, ସାରଥୀ ନାୟକ, ଜିତେନ୍ଦ୍ର ନାୟକଙ୍କ ଦ୍ୱାର ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ନିରଂଜନ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର, କେଦାରନାଥ ମହାପାତ୍ର, ଜି ବାପି, ସନ୍ଦିପ ଜେନା, ସତ୍ୟ ପାତ୍ର, ବିଭା ସୁବୁଦ୍ଧି, ସନ୍ଦିପ କର୍ମକର୍, ଶ୍ରୀ ଧର ସାହୁ, ନାରାୟଣ ଚନ୍ଦ୍ର ସିଂହ୍ନା, ରସିକ ରାଜ ପରିଜା , ଓ ଅଜୟ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।ଶେଷ ସମୟରେ ପୁରୀ ଆଇନ କଲେଜର ପ୍ରିନିସିପାଲ ଶେଷଦେବ ମହାରଣା ଯୋଗଦାନ ଦେଇଥିଲେ । କହିଥିଲେ ଏହି ଭିତରେ ପୁରୀ ଜିଲ୍ଲା ବିଜ୍ଞାନ ମେଳାରେ ପ୍ରାଥମିକ ଚିକିତ୍ସା 3ଦିନ କରିଥିବାରୁ ଓ ରକ୍ତଦାନ ଶିବିର ଵ୍ୟବସ୍ଥାକୁ ବହୁତ ପ୍ରଶଂସା ଓ ଶୁଭେଚ୍ଛା ଦେଇଥିଲେ । ଏହି କାଯ୍ୟକ୍ରମକୁ ଅଂଚଳ ବାସୀ ପ୍ରଶଂସା କରିଥିଲେ ଜଗନ୍ନାଥଧାମ ୟୁନିଟକୁ । ଶେଷରେ ଲାଲା ଅନନ୍ତ କୁମାର ସିଂହ ରକ୍ତଦାନ କରିଥିଲେ ।

ପୁରୀରୁ ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *