Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା 2019 ଅନୁଷ୍ଠିତ

1 min read

ରାୟଗଡାଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ସହରରେ ଅବସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ରେ ଜ଼ିଲ୍ଲା ସ୍ତରୀୟ ନିଯୁକ୍ତି ମେଳା 2019ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ନିଯୁକ୍ତି ମେଳାର ଶୁଭ ଉଦଘାଟନ କରିଥିଲେ।

ତାଙ୍କରି ମନ୍ତବ୍ୟ ରେ କହିଥିଲେ ଜେ ଗ୍ରାମାଞ୍ଚଳ ସାହାରା ଅଂଚଳ ର ବେକାର ଯୁବକ ଯୁବତୀ ଙ୍କୁ ରୋଜଗାର କ୍ଷମ କରିବା ଦିଗରେ ନିଯୁକ୍ତି ମେଳା ସୁଯୋଗ ସୃଷ୍ଟି କରିବା ର ମୂଳ ଲକ୍ଷ। ସମ୍ମାନିତ ଅତିଥି ରୂପେ ଉପଜ଼ିଲ୍ଲାପାଳ ରାୟଗଡା ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ର ନିର୍ଦେଶକ ରାଜେଶ ପାଢ଼ୀ, ଓଡିଶା ଦକ୍ଷ୍ୟତା ବିକାଶ ପ୍ରାଧିକାରୀ ଭୁବନେଶ୍ୱରର ନୋଡାଲ ଅଧିକାରୀ ଏସ ଭି ଏନ ରାଓ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରିନସିପାଲ ଅତୁଲ୍ୟ କୁମାର ପଣ୍ଡା, ପୌର ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ, ତହସିଲଦାର ଉମାକାନ୍ତ ବେହେରା, କୋଳନରା ଅତିରିକ୍ତ ବି ଡ଼ି ଓ କେ ଶିବା ଗୋପାଳ ରାଓ ଯୋଗ ଦେଇଥିଲେ।

ଜ଼ିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରକାଶ ଟେଟେ ଏହି କାର୍ଯ୍ୟକ୍ରମ ରେ ଦୁଇ ମଡେଲ ସୁନାରାମ ଟୁଡୁ ଓ ମିସ ପି ମୋମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି ନିଯୁକ୍ତି ମେଳା ରେ ଜ଼ିଲ୍ଲା ର 11ଗୋଟି ବ୍ଲକ ରୁ 1616ଜଣ ପ୍ରାର୍ଥୀ ଭାଗ ନେଇଥିଲେ ଓ ସିଧାସଳଖ ନିଯୁକ୍ତି ପାଇଁ 14ଟି ସଂସ୍ଥା ତାଲିମ ପରେ ନିଯୁକ୍ତି ଦେବା ସଂସ୍ଥା 16ଗୋଟି ଭାଗ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ 380 ଜଣଙ୍କୁ ସିଧା ନିଯୁକ୍ତି ଦିଆଯାଇଛି ଓ 380ଜଣଙ୍କୁ ତାଲିମ ସମାପ୍ତି ପରେ ନିଯୁକ୍ତି ଦିଆଯିବ ବୋଲି ଜ଼ିଲ୍ଲା ନିୟୋଜନ ଅଧିକାରୀ ଜଣାଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *