11/13/2025

Sabubarga Khabar

All category news

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦ୍ୟମରେ ୧୯୧୨ମସିହାରେ ପ୍ରତିଷ୍ଠା ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ଆଜି ଅବହେଳିତ

ସାଲେପୁର:(ଏନ.ପୁରୁଷୋତ୍ତମ ରେଡ୍ଡି): ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଇସୁଙ୍ଗୁଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜକୁ ୧୦୭ ବର୍ଷ ପୁରଣ ହେଲାଣି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍କଳ ଗୌରବ ମଧୁସୂଦନ ଦାସ ନିଜ ଉଦ୍ୟମରେ ୧୯୧୨ ମସିହାରେ ପ୍ରତିଷ୍ଠା କରିଥିଲେ ଓ ଏହାକୁ ଉଦ୍ଘାଟନ ମଧ୍ୟ କରିଥିଲେ। କଟକ ସହର ବଡ଼ ମେଡ଼ିକାଲ ପ୍ରତିଷ୍ଠା ହେବାର ବହୁ ପୂର୍ବରୂ ଏହି ରାଇସୁଙ୍ଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ମାତ୍ର ଏହି ସର୍ବ ପୂରାତନ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟ ହୋଇ ପଡ଼ିଛି। ଏହି ୬ ଶଯ୍ୟା ବିଶିଷ୍ଠ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ଡକ୍ଟରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେ ନିଜ ଇଚ୍ଛା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସନ୍ତି ଓ ନିଜ ଇଚ୍ଛାରେ ଛୁଟି କରନ୍ତି। ଫଳରେ ଅଞ୍ଚଳର ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ସେମାନେ ନିକଟରେ ଥିବା ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ କିମ୍ବା କଟକ ବଡ଼ ମେଡ଼ିକାଲ କୁ ଯାଇ ଚିକିସ୍ଚିତ ହୁଅନ୍ତି। ଖାଲି ସେତିକି ନୁହେଁ ଗୁରୁତର ଅବସ୍ଥାରେ ସାଲେପୁର କିମ୍ବା କଟକ ବଡ଼ ମେଡ଼ିକାଲ ଯିବା ବାଟରେ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ବର୍ତମାନ ସୁଦ୍ଧା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡ଼ାକ୍ତର,ଜଣେ ଫାର୍ମାଶିଷ୍ଟ,,୨ଜଣ ମହିଳା ନର୍ସ, ଜଣେ ଏ ଏନ ଏମ ଓ ଜଣେ ସୁଇପର୍ କାର୍ଯ୍ୟରତ ଅଛନ୍ତି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିଶ୍ଚିନ୍ତକୋଈଲି, ସାଲେପୁର ବ୍ଲକ୍ ର ରାଇସୁଙ୍ଗୁଡା, ପିକୋଳ, ଜୟରାମପୁର, ମିର୍ଜାପୁର, ଭୀମଦାସପୁର, ସିଢ଼ୋ, ଛାଣିପୁର, ଫଗୋଳ୍, ଭଈଂରିୟା, ଆଦି ପଞ୍ଚାୟତର ୬୦ ହଜାରରୁ ଉର୍ଦ୍ଧ ଲୋକମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଜଣା ପଡ଼ିଛି। ହେଲେ ଏଠାରେ ଡ଼ାକ୍ତର ସବୁ ସମୟରେ ରହୁନଥିବାରୁ ଏହି ଅଞ୍ଚଳର ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଜନନୀ ସୁରକ୍ଷା ଯୋଜନାରେ ପ୍ରସୂତି ମାନେ ଏଠାରେ ଚିକିତ୍ସିତ ହେବା ଦିବା ସ୍ବପ୍ନରେ ପରିଣତ ହୋଇଯାଇଛି। ହେଲେ ଏବେ ସରକାରଙ୍କ ଦ୍ୱାରା ପ୍ରଣୀତ ମୋ ସରକାର 5T ଯୋଜନା ଏଠାରେ ସଫଳ ରୂପାୟନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ସମ୍ପର୍କରେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ। ଏହି ଦୁଇ ଜନକଲ୍ୟାଣକାରି ଯୋଜନାକୁ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆନ୍ତରିକତାର ସହ ମୋ ସରକାର 5T ଅଭିଯାନର ସଫଳ ରୂପାୟନ ଚାହାନ୍ତି ତାହାଲେ ଏଠାରେ ଜଣେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ସହିତ ଭିତ୍ତିଭୂମିର ବିକାଶ ଲାଗି ଯଥାଶୀଘ୍ର ଏକ ପଦକ୍ଷେପ ନେବା ପାଇଁ 5Tସଚିବଙ୍କ ନିକଟରେ ଜନସାଧାରଣରେ ଦାବି ହୋଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *