Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କହ୍ନେଇ ସ୍ମୃତି ପାଠାଗାରର ୨ବାର୍ଷିକ କଵି,କଳାକାର ମେଳା ଓ ପ୍ରତିଭା ସମ୍ମାନ ପ୍ରଦାନ ସମାରୋହ

1 min read

ବାଲେଶ୍ଵର,୨୧/୧୦–ଗତକାଲି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ ହଳଦୀକୁଦର ପଞ୍ଚାୟତ ହଳଦୀକୁଦର ଗ୍ରାମରେ ଥିବା ସତସଙ୍ଗ ଉପଯୋଜନା କେନ୍ଦ୍ର ପରିସରରେ କହ୍ନେଇ ସ୍ମୃତି ପାଠାଗାରର ୨ୟ ବାର୍ଷିକ କବି,କଳାକାର ମେଳା ଓ ପ୍ରତିଭା ସମ୍ମାନ ସମାରୋହ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିଶୁ ସଂସ୍କାର ମନ୍ଦିର ଗୋପନାର କୁନାକୁନି ପିଲାମାନଙ୍କ ଦ୍ବାରା ମାତ୍ରୁ ବନ୍ଦନା ପରିବେଷଣ କରାଯାଇଥିଲା । ପରେପରେ ସଭାପତି ବିରଞ୍ଚି ଶଙ୍କର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ପଦ୍ମଲୋଚନ ମହାକୁଡ ବାଲେଶ୍ଵର ଜିଲ୍ଲାରୁ ଯାଇଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ” ଜ୍ଞାନ ପ୍ରଭା ” ର ସଂପାଦକ ସୁବାଷ ଚନ୍ଦ୍ର ଲେଙ୍କା, ସମ୍ମାନିତ ଅତିଥି ଭାବରେ ହଳଦୀକୁଦର ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣିମା ମୁଣ୍ଡା ଓ ବଣେଇ ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦିନେଶ କୁମାର ମହାନ୍ତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କହ୍ନେଇ ସ୍ମୃତି ପାଠାଗାରର ସ୍ଥାୟୀ ସଭାପତି ତଥା ସଂପାଦକ ତ୍ରିଲୋଚନ ସାହୁ ବାବରଣୀ ପାଠ କରିଥିଲେ । ଏହି ଅବସରରେ ସାହିତ୍ୟ ପତ୍ରିକା ‘ ସୃଷ୍ଟି ‘ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ମଧ୍ଯ ଉନ୍ମୋଚିତ ହୋଇଥିଲା । ସଭା ଶେଷରେ କବିତା ପାଠ ଓ ସମ୍ବର୍ଦ୍ଧନାର ପର୍ଵ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମର କବି ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ନିଜର ସ୍ବରଚିତ କବିତା ” ବୃଦ୍ଧାଶ୍ରମେ ଯାଏ ବାପ ” ପାଠକରି ଅନୁଷ୍ଠାନ ତରଫରୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ” କହ୍ନେଇ ସ୍ମୃତି ସମ୍ମାନ ” ରେ ସମ୍ମାନିତ ହୋଇ ନିଜ ବ୍ଲକ ତଥା ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ଏହିପରି ବାରମ୍ବାର ରାଜ୍ଯର ବିଭିନ୍ନ ଅନୁଷ୍ଠାନକୁ ଯାଇ ବ୍ଲକ ତଥା ଜାଲ୍ଲା ପାଇଁ ଗୌରବ ଆଣୁଥିବାରୁ ଅଞ୍ଚଳବାସୀ ଶ୍ରୀ ବେହେରାଙ୍କୁ ପ୍ରଶଂସା କରୁଛନ୍ତି । ସେହିପରି ଉକ୍ତ ବ୍ଲକ ସାରକୋଣା ପଞ୍ଚାୟତ ଝିଙ୍କିରିଆ ଗ୍ରାମର ଆଦର୍ଶ ଶିକ୍ଷକ ତଥା କବି ବସନ୍ତ କୁମାର ଦାସ ଓ ଭୋଗରାଇର ତୀର୍ଥେଶ ରାୟ,ଯାଜପୁରର ଅଶୋକ ରାଉତ ଓ ଟେନସାର ଧରିତ୍ରୀ ରିପୋର୍ଟର ତଥା ତୈମାସିକ ଶିଶୁ କିଶୋର ପତ୍ରିକା ” ଶୁଆଶରୀ ” ର ସଂପାଦକ ସମୀର ରଞ୍ଜନ ପାଢୀ ମଧ୍ଯ ସମ୍ମାନିତ ହୋଇଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ କବି,କବୟିତ୍ରୀ ଓ କଳାକାରମାନେ ଆସି ନିଜନିଜର କବିତା ପାଠ କରି ମଧ୍ଯ ସମ୍ବର୍ଦ୍ଧିତ ହୋଇଛନ୍ତି ।

ରିପୋର୍ଟ- ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *