Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶେଷଖାଲ ଥାନା ପୋଲିସ ପକ୍ଷରୁ ଚଢାଉ : ୩୦୦୦ଲିଟର ପୋଚ ନଷ୍ଟ, ରନ୍ଧାମଦ ସହ ଜଣେ ଗିରଫ

1 min read

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲାରେ ବୃଦ୍ଧି ପାଉଥିବା ଦେଶୀ ରନ୍ଧାମଦ ଚୋରା ଚାଲାଣକୁ ରାେକିବା ଦିଗରେ ଉଭୟ ଜିଲ୍ଲା ପୋଲିସ ଓ ଅବକାରୀ ପୋଲିସ ବିଭାଗର ଚଢାଉ ଜାରି ରହିଛି । ଏହି କ୍ରମରେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅଧିନ ଅଞ୍ଚଳଗୁଡିକର ଘଞ୍ଚ ଜଙ୍ଗଲଗୁଡିକରେ ଲୁଚିଛପି ପୋଚ ଓ ରନ୍ଧାମଦ ତିଆରି କରୁଥିବା ସ୍ଥାନଗୁଡିକରେ ଚଢାଉ କରାଯାଇ ପୋଚକୁ ନଷ୍ଟ କରିବା ସହ ରନ୍ଧାମଦ ଜବତ କରାଯାଇ ଏଥିରେ ସଂପୃକ୍ତ ଥିବା ଚୋରା ମଦ ବ୍ୟବସାୟୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଉଛି ।

ସାେମବାର ଦିନ ରାୟଗଡ ଜିଲ୍ଲା ସଦର ବ୍ଲକ ମୀରାବାଲି ଗ୍ରାମାଂଚଳରେ ଶେଷଖାଲ ଥାନାଧିକାରୀ ଶ୍ରୀମତି ବିଜୟଲକ୍ଷ୍ମୀ ହୁଇକାଙ୍କ ନେତୃତ୍ୱରେ ଚଢାଉ କରାଯାଇ ବିଭିନ୍ନ ଅସ୍ଥାୟୀ ମଦ ଭାଟିଗୁଡିକ ଓ ୩୦୦୦ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ମିରାବାଲି ଗ୍ରାମର ରମଣି ବିଡିକା(୩୫)ଚୋରା ମଦ ବ୍ୟବସାୟୀଙ୍କ ଠାରୁ ୨୦ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀମତି ହୁଇକା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶେଷଖାଲ ଥାନା ଅଧିନର ଜିମ୍ବାକାଟି, ରେଙ୍ଗାଲପାଡୁ, ସାନ୍ଧୁବାଡି ଅଞ୍ଚଳରେ ଚଢାଉ କରାଯାଇ ବିପୁଳ ମାତ୍ରାରେ ପୋଚ ଓ ମଦ ଭାଟିଗୁଡିକ ନଷ୍ଟ କରାଯାଇଛି । ପ୍ରକାଶ ଥାଉ କି,ଶେଷଖାଲ ଥାନା ଅଧିନସ୍ଥ ଅଧିକାଂଶ ଅଞ୍ଚଳଗୁଡିକ ପାହାଡିଆ ଓ ଘଞ୍ଚଜଙ୍ଗଲରେ ଭରି ରହିଥିବାରୁ ଏହାର ଫାଇଦା ଉଠାଇ ବେଆଇନ ଭାବେ ଚୋରା ମଦ ବ୍ୟବସାୟୀମାନେ ରନ୍ଧାମଦ ତିଆରି କରି ତାକୁ ବିକ୍ରି କରି ମୁନାଫା କମାଉଥିବା ବେଳେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତି ସହୁଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *