ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ତମ ଜୟନ୍ତୀ ଉତ୍ସବ ପାଳିତ

କୋରାପୁଟଜିଲ୍ଲା/୨୩,୦୨/ଜୟପୁର : ଆଜି ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୪୨ତମ ଜୟନ୍ତୀ ଉତ୍ସବ ଜୟପୁର ସତସଙ୍ଗ ବିହାରରେ ପାଳନ କରାଯାଇଛି।ସକାଳୁ ବିନତୀ ପ୍ରାର୍ଥନାସହ ଠାକୁରଙ୍କ ଶୋଭାଯାତ୍ରା କରାଯାଇ ନଗର ପରିକ୍ରମା କରାଯାଇଥିଲା।ଏହାପରେ ସାଂପ୍ରତିକ ପରିସ୍ଥିତିରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଗୁରୁ ରୁପେ ଗ୍ରହଣ କରିବା ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।ଏଥିରେ ମୁଖ୍ୟବକ୍ତା ଭାବେ ଛତିଆରୁ ଆସିଥିବା ବାମା ଚରଣ ସାହୁ ଯୋଗଦେଇ ଠାକୁରଙ୍କର ମହିମା ବିଷୟରେ ପ୍ରବଚନ ଦେଇଥିଲେ।ମଧ୍ୟାନ୍ନରେ ସତଦୀକ୍ଷା,ମାତୃ ସମ୍ମେଳନ ଓ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।
ଉତ୍ସବ କମିଟିର ସଂପାଦକ କପିଳ ଚରଣ ମହାକୁଳ ସଭାପତିତ୍ୱ କରିଥିଲେ।ମନ୍ଦିର ପରିଚାଳନା କମିଟିର ସଭାପତି ତଥା କେବିକେ ସମାଚାର ସଂପାଦକ ବିନୋଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଏହି ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାଂସଦ ଇଂ ସପ୍ତଗିରୀ ଶଙ୍କର ଉଲ୍ଲାକା, କେସିସି ବ୍ୟାଙ୍କର ସଭାନେତ୍ରୀ ଡ଼ ଇନ୍ଦିରା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ଯାଜକ ମନୋରଞ୍ଜନ ପଣ୍ଡା,ବିଜୟ ଲେଙ୍କା,ଗୋପାଳ କୁମାର ମଣ୍ଡଳ,ଶିଶିର କୁମାର ପରିଜା,ଖଗେନ୍ଦ୍ର ବାରିକ,କେଦାର ନାଥ ସାମନ୍ତରାୟ,ଉତ୍ସବ କମିଟିର ସଭାପତି ଉପେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଦିବସ ପାଳନର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ନୃସିଂହ ପ୍ରସାଦ ସାହୁ,ସୁକାନ୍ତ ନାୟକ,କାଳି ପଟ୍ଟନାୟକ,ଉତ୍ତମ ସାହୁ,ସାମ୍ବାଦିକ ସୌମ୍ୟରଞ୍ଜନ ସାହୁ,ରବି ମହାରଣା,ଚନ୍ଦ୍ରକାନ୍ତ ସୁତାର,ଗଜେନ୍ଦ୍ର ମଲ୍ଲିକ,ମନୋଜ ବାରିକ, ଓକିଲ ମଦନ ନାୟକ,ଖଲ୍ଲି ପଟ୍ଟନାୟକ,ନରେଶ ମହାକୁଳ,ସାମ୍ବାଦିକ ରାଜେନ୍ଦ୍ର ଗୌଡ ପ୍ରମୁଖ ସହଯୋଗ କରିଥିଲେ।ହଜାର ହଜାର ଶ୍ରଦ୍ଧାଳୁ ଏହି ଜୟନ୍ତୀ ଉତ୍ସବରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ।