Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସେଣ୍ଟଜୋନ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ତରଫରୁ ଅଙ୍ଗଦାନ ସଚେତନା ଶିବିର ଅନୁଷ୍ଠିତ

1 min read

ପୁରୀ: ସେଣ୍ଟଜନ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ତରଫରୁ ଅଙ୍ଗଦାନ ସଚେତନା ହୋଇଯାଇଛି । ଅଙ୍ଗଦାନ ଏକ ମହତଦାନ । ଜଣକର ମୃତ୍ୟୁପରେ ସେହି ବ୍ୟକ୍ତିର ଅଙ୍ଗ ଅନ୍ୟ ଦେହରେ ଦେଇ ନୂଆ ଜୀବନ ପାଇପାରିବ । ଏମିତିକି ଆଖି ନଥିଲେ ନୂଆ ଆଖି ରୋପଣ ହୋଇ ପାରୁଛି । ମଣିଷ ଶରୀରର ସବୁ କିଛି ଅନ୍ୟ ଶରୀରରେ ଲାଗିପାରିବ। ଅଲଗା ଅଲଗା ଲୋକଙ୍କୁ ନୂଆ ଜୀବନ ଦେବାରେ ସହଯୋଗ ହେବ।ଏଥିପାଇଁ ସମସ୍ତେ ସଂକଳ୍ପ ନେବା ଉଚିତ। ଆମ ଦେଶରେ ମୃତ୍ୟୁ ପରେ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅନ୍ୟ ପାଇଁ ସହାୟତା ହେବ । ଶଙ୍ଖ କ୍ଷେତ୍ର ପୁରୀ ବଡଦାଣ୍ଡରୁ ଶୋଭାଯାତ୍ରା ବାହାରିଥିଲା। ଆୟୋଜକ ଥିଲେ ରୋଟାରୀ କ୍ଲବ। ତାଙ୍କସଭା ସହ St. John Ambulance Jagannath Dham Division ସଭାକୁ ଆଗେଇ ନେଇଥିଲା ସଭାରେ ଆମ୍ବୁଲାନ୍ସର ସଭ୍ୟ ମୂଳ ଆଇନଜୀବୀ ତଥା ସମାଜସେବୀ ଲାଲା ଅନନ୍ତ କୁମାର ସିଂହ ସିନିଅର ସାମ୍ୱାଦିକ ତଥା ଉପଦେଷ୍ଟା ମଧୁସୂଦନ ମିଶ୍ର, ରାଜକିଶୋର ସାହୁ, ଅରବିନ୍ଦ ପତି, ବିମଳ ମହାନ୍ତି, ନିରଞ୍ଜନ ମହାପାତ୍ର, ଦିବ୍ୟସିଂହ ଦାଶ, ସନ୍ଦୀପ କର୍ମକର୍ତା ଯୋଗଦାନ ଦେଇଥିଲେ। ଅଙ୍ଗଦାନ ଉପରେ ସମସ୍ତଲୋକଙ୍କୁ ସଚେତନ କରାଯାଇଥିଲା ଓ ବହୁ ସଂଗଠନ ଏହି ସଚେତନ ରାଲିରେ ଯୋଗଦାନ କରିଥିଲେ ।

ପୁରୀ ଜ଼ିଲ୍ଲା ସାମ୍ୱାଦିକ ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *