Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

1 min read

ରାୟଗଡାଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନ ବିଜୟ ପାଲ ସିଂ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରୋଷେଇ ଘରେ ଥିବା ଛୁରୀରେ ନିଜ ପେଟକୁ ଭୁଷିବା ସହ ତଣ୍ଟି କାଟି ଦେଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡ଼ା ଓ ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର କୋରାପୁଟରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯବାନଙ୍କୁ ସ୍ଥାନାନ୍ତର କରିଛନ୍ତି । ୪ର୍ଥ ବାଟାଲିୟନ୍ ସିଆରପିଏଫ୍ ମୁଖ୍ୟାଳୟର କନେଷ୍ଟବଳ ଯବାନ ବିଜୟ ପାଲ ସିଂ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । କୌଣସି କାରଣକୁ ନେଇ କିଛି ଦିନ ହେଲା ଚିନ୍ତିତ ଅବସ୍ଥାରେ ଥିବା ବିଜୟ ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଫଳରେ କ୍ୟାମ୍ପ ପରିସରରେ ଥିବା ରୋଷେଇ ରୁମର ଏକ ଛୁରୀରେ ନିଜ ପେଟକୁ ଭୁଷି ଦେଇଥିଲେ । ଦୁଇ ଥର ପେଟକୁ ଭୁଷିବା ପରେ ତଣ୍ଟିକୁ ମଧ୍ୟ କାଟି ଦେଇଥିଲେ । ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ତଣ୍ଟି ସାମାନ୍ୟ କଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସାଥୀ ଯବାନ ବିଜୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ୍ ଲକ୍ଷ୍ଣଣ ନାୟକ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ଯବାନଙ୍କ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତନ ନ ଆସିବା ଯୋଗୁ ସଂଧ୍ୟାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଯବାନ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ସେ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *