05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିନିଯୋଗ ହେଉନି ସ୍ମାର୍ଟ ସିଟି ପ୍ରକଳ୍ପ ଅର୍ଥ : ଜୁଏଲ

ରାଉରକେଲା, ୨୩/୧୧ :(ସଖପ୍ର) ସ୍ମାର୍ଟସିଟି ପ୍ରକଳ୍ପ ବାବଦରେ ଆସୁଥିବା ଟଙ୍କା ପଡ଼ିରହୁଛି। ବର୍ଷ ବର୍ଷ ପଡ଼ି ରହିବା ସତ୍ୱେ ସମ୍ପୂର୍ଣ୍ଣ ବିନିଯୋଗ ହେଉନାହିଁ। ଯେତିକି ଖର୍ଚ୍ଚ ହେଉଛି, ତାହା ବିକାଶ କ୍ଷେତ୍ରରେ ନ ହୋଇ ଅନ୍ୟ ବାବଦରେ ବ୍ୟୟ ହେଉଛି। ସହରର ବିକାଶକଳ୍ପେ ପାଣ୍ଠି ବ୍ୟୟ ହେଉନଥିବାରୁ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ୍‌ ଓରାମ କ୍ଷୋଭ ପ୍ରକାଶ କରିଛନ୍ତି।

ଶ୍ରୀ ଓରାମ କହିଛନ୍ତି, ସେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ରାଉରକେଲାକୁ ସ୍ମାର୍ଟସିଟି ପ୍ରକଳ୍ପ ପର୍ଯ୍ୟାୟଭୁକ୍ତ କରାଯିବା ପାଇଁ କିଭଳି ଉଦ୍ୟମ ଓ ପରିଶ୍ରମ ହୋଇଥିଲା, ତାହା ସହରବାସୀଙ୍କୁ ଅଛପା ନୁହେଁ। ତେବେ, ସ୍ମାର୍ଟସିଟି ପରିଯୋଜନାର କାର୍ଯ୍ୟ ଯେଭଳି ଆଗେଇବା କଥା, ସେଭଳି ଆଗଉନଥିବା ଆଜିପାଇଁ କେବଳ ଉଦ୍‌ବେଗର ବିଷୟ ନୁହେଁ, ଏକ ବିଡ଼ମ୍ବନା ମଧ୍ୟ। ତେଣୁ କେନ୍ଦ୍ର ସରକାର ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସକାଶେ ଦାବି କରିଥିବା ଶ୍ରୀ ଓରାମ କହିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *