01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେଡିଏମ୍ କ୍ରିକେଟ୍ ଉଦଘାଟିତ, ଅଭୟପୁର ବିଜୟୀ

ଧର୍ମଶାଳା ୨୩/୧୧ (ସଖପ୍ର): ଧର୍ମଶାଳା ବ୍ଲକ ଜାରକାର କଳ୍ପତରୁ ଦାସ ଷ୍ଟାଡିୟମରେ ପଞ୍ଚମ ବାର୍ଷିକ କେଡିଏମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି । କଳ୍ପତରୁ ଦାସ ନେସନାଲ୍ ଫାଉଣ୍ଡେସନ୍ ଆନୂକୁଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଓ ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚ୍ରେ ମହିସରା ପଞ୍ଚାୟତ ଟିମ୍କୁ ୫୪ ରନ୍ରେ ପରାସ୍ତ କରି ଅଭୟପୁର ଟିମ୍ କ୍ୱାଟର ଫାଇନାଲ୍ରେ ପ୍ରବେଶ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଅଭୟପୁର ଦଳ ୧୩.୪ ଓଭରରେ ସମସ୍ତ ଓି୍ୱକେଟ୍ ହରାଇ ୧୧୩ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ନିରଂଜନ ଖଟୁଆ ୨୨ ଓ ପ୍ରଭାତ ମଲିକ ୧୮ ରନ୍ କରିଥିଲେ । ବିପକ୍ଷ ଦଳର ତପନ ମଲ୍ଲିକ ୫ ଓ ସନକ୍ ବେହେରା ୨ଟି ୱିକେଟ୍ ନେଇଥିଲେ । ଜବାବ୍ରେ ମହିସରା ଦଳ ବ୍ୟାଟିଂ କରି ୧୧.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୫୯ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ବିଶ୍ୱରଂଜନ ନାୟକ ୧୭ ଓ ସଂଗ୍ରାମ ଦାସ ୧୫ ରନ୍ କରିଥିଲେ । ବିପକ୍ଷ ଦଳର ପ୍ରଭାତ ମଲ୍ଲିକ ୪ ଓ ମନୋଜ ରାଉତ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଖେଳକୁ ଅମରେଶ ପରିଡା ଓ ଉତ୍ତମ ସାମଲ ପରିଚାଳନ କରିଥିବା ବେଳେ ବାସୁଦେବ ମିଶ୍ର, ପ୍ରକାଶ ଧଳ, ପ୍ରହ୍ଲାଦ ପାତ୍ର, ଶ୍ରୀକାନ୍ତ ମହାନ୍ତି, ଶକ୍ତିକାନ୍ତ ବଳ ଓ ଚନ୍ଦନ ଦାସ ପରିଚାଳନା କରିଥିଲେ । ଆସନ୍ତା କାଲି ପ୍ରଥମ ମ୍ୟାଚ୍ କ୍ଷେତ୍ରପାଳ ଓ ଥାନୁଆଳ ଏବଂ ଦ୍ୱିତୀୟ ମ୍ୟାଚ୍ ଆରୁହା ଓ ପାଖର ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କେଡିଏମ୍ ପକ୍ଷରୁ ରଶ୍ମିରଂଜନ ରାୟ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *