Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବରାଳପୋଖରୀରେ ଅଗ୍ନିକାଣ୍ଡ :6 ବଖରା ଭସ୍ମୀଭୂତ

1 min read

ଭଦ୍ରକ, ୨୩/୧୧ :(ସଖପ୍ର) ମୁନିସିପାଲଟି ଅନ୍ତର୍ଗତ ୨ ନମ୍ବର ଓ୍ବାର୍ଡର ଚରମ୍ପା ବରାଳ ପୋଖରୀ ଗାଁରେ ଅଗ୍ନିକାଣ୍ଡ । ଵିଦ୍ୟୁତ ସଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ପୂର୍ବତନ କାଉନସିଲର ବିଜୟ ପ୍ରଧାନଙ୍କର ୬ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ। ଘରର ଆସବାବପତ୍ର, ଘର କରଣା ଜିନିଷ, ଟଙ୍କା, ଧାନ ଚାଉଳ ଲୁଗାପଟା ପୋଡି ସଂପୂର୍ଣ୍ଣ ନଷ୍ଟ। ଗ୍ରାମ ବାସୀ ଓ ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା ସତ କିନ୍ତୁ ସେତେବେଳେ କୁ ବିଜୟ ପ୍ରଧାନଙ୍କର ପରିବାର ସର୍ବସ୍ବାନ୍ତ ହୋଇସାରିଥିଲା। ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଗାପଟା ପୋଡ଼ି ପାଉଁଶ ସୋଇଯାଇଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *