Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସର୍ବନିମ୍ନ ମଜୁରୀ ଦାବିରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ

1 min read

ଭୁବନେଶ୍ବର: ବିଦ୍ୟାଳୟରେ ପିଲାଙ୍କୁ ଖାଇବା ଦିଏ ସିଏ ଅଖିଆ ପଡିଛି ରାଜଧାନୀ ରାଜରାସ୍ତାରେ । ଏଭଳି କିଛି ଦୃଶ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଲୋୟର ପିଏମଜି ଛକରେ ଦେଖିବାକୁ ମିଳିଥିଲା
ଦୀର୍ଘ ତିନି ଦିନ ଧରି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ବହୁ ସଂଖ୍ୟାରେ କର୍ମଚାରୀ ନିଜର ଦାବି ପୂରଣ ପାଇଁ ରାଜରାସ୍ତାରେ ପଡିଛନ୍ତି। ସଂଘର ଦାବି ଅନୁଯାୟୀ ସରକାର ମାତ୍ର 2000 ଟଙ୍କା ଦରମାରେ ସ୍କୁଲରେ ରଖିଛନ୍ତି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇ କରିବା ଠାରୁ ବିଦ୍ୟାଳୟର ଅନ୍ୟାନ୍ୟ ସବୁ କାମ ତାଙ୍କୁ କରିବାକୁ ପଡୁଛି। ମାତ୍ର 2000 ଟଙ୍କାରେ ଆଜିର ମହଙ୍ଗା ଦୁନିଆରେ ଚଳିବାରେ କଷ୍ଟକର ହୋଇପଡୁଛି। ଯଦି ଦିନକୁ ହିସାବ କରା ଯାଏ ମାତ୍ର 66.6 ପଇସା ମିଳୁଛି ଯାହା ଏକ ଦିନ ମଜୁରିଆ ଠାରୁ ବି କମ ଅଟେ। ସେମାନଙ୍କୁ 2000 ଟଙ୍କରୁ ଅଦ୍ୟାବଧି 600 ଟଙ୍କା ବି ସରକାର ଦେଉନାହାଁନ୍ତି । ତେବେ ମାସିକ 1400 ଟଙ୍କା ତାଙ୍କୁ ମିଳୁଛି । ପାଚିକା ସଂଘ ସରକାରଙ୍କ ଆଗରେ ଦାବି ହେଲା ସର୍ବନିମ୍ନ ଧାର୍ଯ୍ୟ ଦିନ ମଜୁରିଆ ପଇସା ଦିଆଯାଉ ଏବଂ ବାକି 600 ଟଙ୍କା ଏରିୟର ଆକାରରେ ପ୍ରଦାନ କରାଯାଉ । ସରକାର କୌଣସି ପଦକ୍ଷେପ ଗ୍ରହଣ ନ କେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *