Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାଇଦ୍ରାବାଦରେ ଓଡିଆ ଯୁବକ ଆତ୍ମହତ୍ୟା କଲେ

1 min read

ହାଇଦ୍ରାବାଦ: ହାଇଦ୍ରାବାଦରେ ଓଡିଆ ଯୁବକଙ୍କ ଆତ୍ମହତ୍ୟା । ବାଲେଶ୍ବର ଜିଲ୍ଲାର ଚନ୍ଦନ ଗୋହାରେ ନାମକ ଯୁବକ ଗତ ଶନିବାର ହାଇଦ୍ରାବାଦରେ ରହୁଥିବା ଏକ ଭଡା ଘରେ ଆତ୍ମହତ୍ୟା କରିଛନ୍ତି ।
ଗତ 15 ଦିନ ତଳେ ଚନ୍ଦନ ହାଇଦ୍ରବାଦ ଯାଇଥିଲେ । ସେ ହାଇଦ୍ରାବାଦର ଜଗଦଗିରିଗୁଟା ପୋଲିସ ଷ୍ଟେସନ ନିକଟସ୍ଥ ଏସବେଷ୍ଟୋଶ କଲୋନୀର ଶେଷ ବସଷ୍ଟପ୍ ନିକଟସ୍ଥ ଭଡା ଘରେ ରହୁଥିଲେ ।

ତ ଶନିବାର ଘରେ କେହି ନଥିବା ସମୟରେ ସେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିଛିସମୟ ପରେ ସ୍ଥାନୀୟ ଲୋକେ ଆସି ତାଙ୍କ ଘର କବାଟ ଖୋଲିଥିଲେ । ମାତ୍ର ସେତେବେଳକୁ ଚନ୍ଦନଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଖବର ପାଇ ଜଗଦଗିରିଗୁଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *