Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନ୍ଦୁଝରର ସ୍ୱଚ୍ଛ ଭାରତ ଅଭିଯାନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ

1 min read

ଖଇରା,୨୪/୧୧(ସଖପ୍ର) ରାଧାଗୋବିନ୍ଦ ଫାଉଣ୍ଡେସନ ଜମ୍ଭରା କେନ୍ଦୁଝରର ସ୍ଵଚ୍ଛ ଭାରତ ଅଭିଯାନ ସମାରୋହ ଭୁଵନେଶ୍ୱରସ୍ଥ ବୁଦ୍ଧ ପାର୍କ ଠାରେ ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତିଙ୍କ ଉଦ୍ୟମରେ ମହାସମାରୋହରେ ପାଳିତ ହୋଇଯାଇଛି ।ସୁସାହିତ୍ୟିକ,ଆଦର୍ଶ ଶିକ୍ଷାବିତ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ମନମୋହନ ସାମଲ(ପୂର୍ବତନ ସଭାପତି ଭାଜପା,ରାଜସ୍ୱ ମନ୍ତ୍ରୀ),ମୁଖ୍ୟ ବକ୍ତା ମହେଶ ମହାନ୍ତି(ସ୍ଵଛ ଭାରତ ଅଭିଯାନ, ଓଡିଶା ମୁଖ୍ୟ),ବରେଣ୍ୟ ଅତିଥି ସମୀର ମହାନ୍ତି(ଉପସଭାପତି ଭାଜପା),ସୁଦର୍ଶନ ଦାସ(ମହାନ ସମାଜସେବୀ),ଲମ୍ବୋଦର ରାଉତ(ସୁସାହିତ୍ୟିକ,ଶିକ୍ଷାବିତ୍) ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ନିଗ୍ଧା ଡ୍ୟାନ୍ସ ଗ୍ରୁପ୍ ଭଦ୍ରକ ତରଫରୁ ଅପୂର୍ବ ଶିଵତାଣ୍ଡଵ ଓ ସ୍ୱାଗତ ନୃତ୍ୟ ପରେ ଶ୍ରୀସେନାପତିଙ୍କ ଦ୍ୱାରା ରାଷ୍ଟ୍ରବନ୍ଦନା ଓ ଅତିଥି ପରିଚୟ ତଥା ପ୍ରତିଷ୍ଠାତାଙ୍କ ଅଭିନବ ଆଭିମୁଖ୍ୟ ପ୍ରଦାନ ସଭିଙ୍କୁ ଆକର୍ଷିତ କରିଥିଲା ।ଅତିଥି ଅଧିକାରୀଙ୍କ ମୂଲ୍ୟବାନ ସ୍ଵଚ୍ଛ ଭାରତ ଅଭିଯାନ,ପ୍ଲାଷ୍ଟିକ ବର୍ଜ୍ଜନ,ବୃକ୍ଷରୋପଣ ଓ ଦରିଦ୍ର ସେବା ହିଁ ଭଗବାନ ସେବା ଅମୃତବଚନ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ରାଧାଗୋବିନ୍ଦ ଫାଉଣ୍ଡେସନ ଟ୍ରଷ୍ଟର କର୍ମକାର୍ତ୍ତାଙ୍କ ଦ୍ୱାରା ସ୍ଵଚ୍ଛ ଭାରତ ସମ୍ମାନ,ସମାଜସେବୀ ତଥା ଖଇରା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ସମ୍ବର୍ଦ୍ଧିତ ହୋଇ ନିଜ ଅଞ୍ଚଳପ୍ରତି ଗୌରବର ପାତ୍ର ପାଲଟି ଥିବା ବେଳେ ରୋଜା ପଣ୍ଡା(କଟକ),ପ୍ରେମଜୀ ଭାଇ(କଟକ),ପ୍ରଗତିକା ଦାସ(ଭଦ୍ରକ),ଅକ୍ଷୟ କୁମାର କର୍ଣ୍ଣ(କନ୍ଧମାଳ),କୁମାର ଷ୍ଟାଲିନ(ତାମିଲନାଡୁ), ମାନସ ରଞ୍ଜନ ମିଶ୍ର(ଭଦ୍ରକ), ନୃସିଂହାନନ୍ଦ ମହାପାତ୍ର(କନ୍ଧମାଳ),ରମେଶ ଚନ୍ଦ୍ର ସାହୁ(କନ୍ଧମାଳ),ରବି ପ୍ରଧାନ(ବାଣପୁର),ବବିତା ଦାସ ମହାପାତ୍ର(କଟକ),ପୀତବାସ ଦଳବେହେରା(କନ୍ଧମାଳ),ସବିତା ମେହେର(ବଲାଙ୍ଗୀର),ସୁରେନ୍ଦ୍ର ମହାନ୍ତି(କଟକ) ସମେତ ଅନ୍ୟୁନ ଚାଳିଶ ଜଣଙ୍କୁ ରାଧାଗୋବିନ୍ଦ ସ୍ଵଚ୍ଛ ଭାରତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗୀରରୁ ଆସିଥିବା ସନ୍ତୋଷିନୀ ମେହେରାଙ୍କ ସମ୍ବଲପୁରୀ ପାରମ୍ପରିକ ନୃତ୍ୟ, ନୃତ୍ୟ ଗୁରୁ ପ୍ରଗତିକା ଦାସଙ୍କ ଡ୍ୟାନ୍ସ ଗ୍ରୁପର ନୃତ୍ୟର ଝଲକ ତଥା କେତେକ କବିଙ୍କର ସ୍ଵଚ୍ଛ ଭାରତ ଅଭିଯାନ ସମ୍ପର୍କିତ କବିତା ସଭିଙ୍କୁ ଆନନ୍ଦିତ କରିଥିଲା । ମଞ୍ଚ କାର୍ଯ୍ୟକ୍ରମକୁ ଅରୁପ କୁମାର ରାଉତ,ଅଶୋକ କୁମାର ପଣ୍ଡା,ସୁଦର୍ଶନ ସାହୁ,ଅରୁଣ କୁମାର ହାତୀ,ସୁଶାନ୍ତ କୁମାର ଜେନା ପରିଚାଳନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବ୍ୟବସ୍ଥା ପରିଚାଳନା ପଙ୍କଜ କୁମାର ବେହେରା,ପ୍ରତାପ କୁମାର ଦାସ,କାର୍ତ୍ତିକେଶ୍ୱର ଦାସ,ଗୋପୀନାଥ ରାଉତ,ରାଜେଶ କୁମାର ମହାନ୍ତି,ସୌମ୍ୟରଂଜନ ମହାନ୍ତି ଓ ଉତ୍ସବ ତଥା କାର୍ଯ୍ୟକ୍ରମର ପରିଚାଳନାର ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନ,ଦେବୀପ୍ରସାଦ ଗୁମାନସିଂ,ନିରୂପମା ପ୍ରଧାନ,ମୁକେଶ କୁମାର ନାୟକ,ଶମ୍ବୁନାଥ ପରିଡା,ରାଜକିଶୋର ପରିଡା କରିଥିଲେ । ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବାବେଳେ ଉପସ୍ଥିତ ଅନ୍ୟୁନ ପାଞ୍ଚଶହରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କପଡା ବ୍ୟାଗ ପ୍ରଦାନ କରାଯାଇଥିଲା ।ଶେଷରେ ଅନୁଷ୍ଠାନ ସକ୍ରୀୟ ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯିବାପରେ ସଭାପତିଙ୍କ ଦ୍ୱାରା ସଭାଭଙ୍ଗ କରାଗଲା।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *