01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅପହରଣକାରୀ ୬ ଜଣଙ୍କୁ ପୋଲିସ ଗିରଫ କରି ପ୍ରଶଂସାର ପାତ୍ର ସାଜିଛି

ରାୟଗଡା ଜ଼ିଲ୍ଲା22.11.2019(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ବିଭୂତି ପୂଜାରୀ ନାମକ ଜଣେ ଯୁବକକୁ ଅପହରଣ ଘଟଣାରେ ରାୟଗଡ଼ା ପୋଲିସ ଛଅ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ତିନି ଜଣ ନାବାଳକ ଅଛନ୍ତି । ପୋଲିସ ସୂଚନା ଅନୁଯାୟୀ ଗତ ୧୯ ତାରିଖ ଦିନ ବିଭୁତି ପୂଜାରୀ ଧନବାଦ ଆଲେପି ଟ୍ରେନ ଯୋଗେ ବିଶାଖାପାଟଣାରୁ ଟିଟିଲାଗଡ ଯାଉଥିବା ବେଳେ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ଅନୁଯାୟୀ ବିଭୁତିକୁ ଲାଡା ଷ୍ଟେସନରୁ ଅପହରଣ କରିଥିଲେ ଓ ତାଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଦାବି କରିଥିଲେ । ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ରାୟଗଡ଼ା ଏସ୍ପି ଏକ ସ୍ୱତନ୍ତ୍ର ଟିମ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିଭୁତିକୁ ଉଦ୍ଧାର କରିଛନ୍ତି ।

ପୋଲିସ ଏହି ଘଟଣାରେ ଗୋଟିଏ ମାଉଜର ସହ ଟାଙ୍ଗିଆ, ଖଣ୍ଡା, କାତି ଜବତ କରିବା ସହ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ବୋଲେରୋ, ବୁଲେଟ ବାଇକ ଓ ଅଟୋ କୁ ଜବତ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଓ ଶତାଧିକ ଆରୋପ ମଧ୍ୟ ତାର ନାମରେ ଥିବାର ସୂଚନା ଦେଇ ଘଟଣାର ଅଧିକ ତଦନ୍ତ କରୁଥିବା ରାୟଗଡା ଏସ୍ପି ଶ୍ରବଣ ବିବେକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ପରେ ବିଭୁତି ପୂଜାରୀଙ୍କ ଭିଣୋଇ ତାଙ୍କୁ ସୁରକ୍ଷିତ ଭାବେ ଟିଟିଲାଗଡ଼କୁ ନେବା ପାଇଁ ଆସିଥିଲେ । ପୋଲିସ ପ୍ରଶାସନକୁ ବହୁ ଧନ୍ୟବାଦ ଜ୍ଞାପନ ମଧ୍ୟ ଜଣାଇ ଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *