Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳ…

1 min read

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ମହୁପଦର ଉଚ୍ଚ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଉଗ୍ରରୂପ ନେଇଛି |କିଛି ଦିନ ତଳେ ପ୍ରଶାସନ ସେହି ବିଦ୍ୟାଳୟର ସଂସ୍କୃତ ଶିକ୍ଷକଙ୍କୁ ସସ୍ପେଣ୍ଡ କରିଥିଲେ |ପିଲାମାନେ ଅର୍ଡ଼ର ବିରୋଧରେ ଷ୍ଟ୍ରାଇକରେ ବସିଥିଲେ |ଜିଲ୍ଲା ମଙ୍ଗଳ ଅଧିକାରୀ ଯାଇ ପିଲାମାନଙ୍କୁ ବୁଝାଇସୁଝାଇ ଷ୍ଟ୍ରାଇକ ଭାଙ୍ଗିଥିଲେ |ପିଲାମାନଙ୍କ ମୁଖ୍ୟ ଦାବି ଥିଲା ଆମ ଶିକ୍ଷକଙ୍କୁ ଅଣାଯାଉ, ପ୍ରଧାନ ଶିକ୍ଷକଙ୍କୁ ଏଠାରୁ ହଟାଯାଉ |ଏପରି କିଛି ନ ହେବା ଦେଖି ୧୫ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲି ଯାଇଛନ୍ତି |ଏହା ଦ୍ୱାରା ପିଲାମାନଙ୍କ ପାଠପଢ଼ା ନଷ୍ଟ ହଉଛି ଓ ତାଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଯାଉଛି |ଏହି ସବୁ ନାଟକର ରିଙ୍ଗ ମାଷ୍ଟର କିଏ ତାକୁ ଧରି ଦଣ୍ଡିତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *