05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଦଳିଲେ ଡିଜି: ବର୍ଷିଲେ ବିରୋଧୀ,ଉତ୍ତର ରଖିଲା ବିଜେଡି

ଭୁବନେଶ୍ବର:(ସଖପ୍ର) ରାତାରାତି ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କୁ ବଦଳି ଘଟଣାକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ସରକାରଙ୍କର କୌଣସି ଅଫିସରଙ୍କ ଉପରେ ଭରସା ରହୁନି, ଯେଉଁ ଅଧିକାରୀ ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।

ସେହିପରି ପୋଲିସ ଡିଜିଙ୍କୁ ହଟାଇବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ବିକେ ଶର୍ମାଙ୍କୁ ନିଯୁକ୍ତି ଦେବା ପୂର୍ବରୁ କଣ ସରକାର ଜାଣି ନଥିଲେ ତାଙ୍କର କାର୍ଯ୍ୟକଳାପ ବିଷୟରେ ? ‘ଡିଜି ଏଠି କଣ୍ଢେଇ, କିକ ମାରି ଡିଜିଙ୍କୁ ବାହାର କରିବା ସରକାରଙ୍କ ପୁରୁଣା ଅଭ୍ୟାସ ।’ ପୂର୍ବରୁ ଏମିତି ଅନେକ ଉଦାହରଣ ରହିଥିବା କହିଛନ୍ତି ତାରାସେପଟେ ଏହାର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କେତେବେଳେ କିଏ ଡିଜି ହେଲେ ଭଲ ହେବ ସରକାର ତାହା ନିଷ୍ପତ୍ତି ନେବେ, ଏଥିରେ କିଛି କହିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *