November 18, 2025

Sabubarga Khabar

All category news

ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ

ମାଲକାନଗିରି ଜିଲ୍ଲା:(ସଖପ୍ର) ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିଥିବା ନେଇ ଗତ ୧୮ତାରିଖରେ ଅଭିଯୋଗ ହୋଇଥିଲା। ବିଦ୍ୟାଳୟର ୫ଜଣ ଛାତ୍ରୀ ୨ଜଣ ୧୦ମ ଓ ୩ଜଣ ୯ମ ଶ୍ରେଣୀର ଛାତ୍ରୀଙ୍କୁ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ମାଡ ମାରିଥିବା ଉକ୍ତ ଛାତ୍ରୀମାନେ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।
ଶିକ୍ଷକ କିଛି ପ୍ରଶ୍ନ ପଚାରିବାରେ ଛାତ୍ରୀମାନେ ଉତ୍ତର ଦେଇ ନପାରିବାରୁ ଏବଂ ପାଠ ପଢାରେ ଅବହେଳା ହେତୁ ଏପରି କରିଥିବା ପ୍ରଧାନଶିକ୍ଷକ କହିଥିଲେ। ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ହେତୁ ସେମାନଙ୍କୁ ସଙ୍ଗେ ସଙ୍ଗେ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଜଣେ ଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଏବଂ ଅନ୍ୟ ଜଣେ ଛାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।
ଉକ୍ତ ଛାତ୍ରୀ ଜଣଙ୍କ ହରିବନ୍ଧୁ ଗୋଲୋରୀଙ୍କ ପୁତ୍ରୀ କୁନି ଗୋଲୋରୀ ଏବଂ ସେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତାଙ୍କ ଘର ଯୋଡ଼ାଆମ୍ବ ପଞ୍ଚାୟତର କଟୁଆଗୁଡା ଗ୍ରାମରେ ଥିବା ଜଣାପଡିଛି। ତେବେ ଏ ନେଇ ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନ ଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ଏ ବିଷୟରେ ଆମେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତ ପ୍ରଧାନ ଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ । ଏ ନେଇ ଓରକେଲ ଥାନାରେ ଅଭିଯୋଗ କରାଯାଇ କେଶ ନଂ-୨୦୧/୧୯ରେ ମାମଲା ରୁଜୁ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ନ-୪୪୭୭ ତା.୨୦/୧୧/୧୯ ରେ ଇଂରାଜୀ ଶିକ୍ଷକ ଅଲେଖ ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.