Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡକଲା ବଡଚଣା ପୋଲିସ: ୬ଜଣ ଡକାୟତ ଗିରଫ

1 min read

ଯାଜପୁର/ବଡ଼ଚଣା, ୨୦/୧୧(ପ୍ରତିନିଧି ନାରାୟଣ ରଥ) ଗତ କାଲି ବିଳମ୍ବିତ ରାତିରେ ଚଣ୍ଡିଖୋଲ ନିକଟ ଏକ ଅଜ୍ଞାତ ସ୍ଥାନରେ ଡକାୟତ କରିବା ପାଇ ଉଦ୍ୟମ କରୁଥିବା ୬ଜଣ ଡକାୟତ ଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି । ବଡ଼ଚଣା ପୋଲିସ ସୂତୟର ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ପୋଲିସ ଚଢଉ କରିଥିଲା । ଏହି ଚଢଉ ସମୟରେ ଘଟଣା ସ୍ଥଳରୁ ୬ ଜଣ ଡକାୟତଙ୍କୁ ପୋଲିସି ଗିରଫ କରି ସେମାନଙ୍କ ନିକଟରୁ ୭ ଟି ହାତ ତିଆରି ବୋମା, ଗୋଟିଏ ଦେଶୀ ବନ୍ଧୁକ, ଭୂଜାଲି, ଛୁରୀ, କତା, ଲୁହା ରଡ଼, ଶାବଳ, ୭ଟି ବିଦେଶି ମଦ ବୋତଲ, ସିଗାରେଟ, ୩ଟି ମୋବାଇଲ, ୨ଟି ବାଇକ ଓ ୧ଟି ସ୍କୁଟିକୁ ଜବତ କରିଛି । ଧରା ହୋଇଥିବା ଡକାୟତ ମାନେ ହେଲେ ନିହଲ ପ୍ରସାଦ ଗ୍ରାମର ନବଘନ ସାହୁଙ୍କ ପୁଅ ସ୍ୱରୂପ ସାହୁ, ଗୋବଣ୍ଡିଆ ଗ୍ରାମର କମ୍ବୁ ନାୟକଙ୍କ ପୁଅ ସୁବୋଧ ନାୟକ, ସାନ ବାଲିସାହି ଗ୍ରାମର ରଘୁନାଥ ପଣ୍ଡାଙ୍କ ପୁଆ କେଦାରନାଥ ପଣ୍ଡା, ନିକଟସ୍ଥ ନିଶିମଳା ଗ୍ରାମର ଦିବ୍ୟରଂଜନ ଜେନା, ନୂଆ ସୁଙ୍ଗୁଡ଼ା ଗ୍ରାମର ବିଷ୍ଣୁପ୍ରସାଦ ମାହାଲାଙ୍କ ପୁଅ ରଶ୍ମିରଂଜନ ମାହାଲା, ମିର୍ଜାପୁର ଗ୍ରାମର ଦେବେନ୍ଦ୍ର ସିଂଙ୍କ ପୁଅ ବିକ୍ରମ ସିଂହ । ଉକ୍ତ ଡକାୟତଙ୍କ ନାମରେ ଆଗରୁ ବଡ଼ଚଣା, ଧର୍ମଶାଳା, ନିହଲପ୍ରସାଦ, ଯାଜପୁର ଆଦି ଥାନା ମାନଙ୍କରେ ବହୁ ଡକାୟତି, ରାହାଜାନୀ, ଚୋରୀ ଆଦି କେସ୍ ଅଛି ବୋଲି ବଡ଼ଚରା ପୋଲିସ ସୂତ୍ରରୁ ପ୍ରକାଶ । ସମସ୍ତ ଡକାୟତ ମାନଙ୍କୁ ଆଜି କୋର୍ଟ ଫରୱାର୍ଡ଼ କରିଛି । କେସ ନଂ-୨୪୫/୨୦୧୯, ଦଫା-୩୯୯, ୪୦୨,୧୨୦(ବି) ଆଇ.ପି.ସି., ମାରଣାସ୍ତ୍ର ନିରୋଧ ଆଇନ ୨୦୫ ବୋଲି ଯାଜପୁର ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ, ବଡ଼ଚଣା ଥାନାଧିକାରୀ ଦିପକ କୁମାର ଜେନା, ସଂଜିବ ଥାଟୋଇ, ସୟଦ ଖାଁନ, ଚନ୍ଦନ ମହାନ୍ତି ପ୍ରମୂଖ ଏକ ପ୍ରେସ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *