Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲାଞ୍ଚ ନଦେଲେ ପର ପୁରୁଷକୁ ପ୍ରସୂତିଙ୍କ ସ୍ୱାମୀ କରିଦେଉଛନ୍ତି ଧର୍ମଶାଳା ମେଡିକାଲ କର୍ତ୍ତୃପକ୍ଷ

1 min read

ଧର୍ମଶାଳା ୨୧/୧୧(ପ୍ରତିନିଧି ନାରାୟଣ ରଥ) ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁ ସମସ୍ୟା ପିଛାଛାଡୁନାହିଁ ବିବାଦ । ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଡାକ୍ତରଖାନା ଉପରେ ଭରଷା କରିବା ପାଇିଁ ରୋଗୀଙ୍କୁ ଅନେକଥର ଚିନ୍ତା କରିବାକୁ ବାଧ୍ୟ କରିଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଡାକ୍ତର ଅଭାବ, ଚିକିସôା ଅବହେଳାରୁ ପ୍ରସୂତିଙ୍କ ମୃତୁ୍ୟ, ଉତ୍ୟକ୍ତ ଲୋକଙ୍କ ଏମ୍ଏଚ ଭଙ୍ଗାରୁଜ୍ଜା, ସଂପୃକ୍ତ ଅଭିଯୁକ୍ତଙ୍କୁ ଖସାଇଦିଆଯିବା, ରୋଗୀ ଓ ସମ୍ପର୍କୀୟଙ୍କୁ ଦଃୁବ୍ୟବହାର କରିବା, ନର୍ସଙ୍କ ମୁନାଫାଖୋର ମନୋବୃତି ନିତି, ଏଚ୍ଆଇଭି ସଂକ୍ରମିତ ହୋଇନଥିବା ଜଣେ ମହିଳାଙ୍କୁ ଏଡସ ହୋଇଥିବା ଘୋଷଣା କରିବା ପ୍ରମୁଖ ଘଟଣା ମନରୁ ନଯାଉଣୁ ଦାବି ମୁତାବକ ଅର୍ଥ ନମିଳିବାରୁ ଜଣେ ନର୍ସ ପ୍ରସୂତି ମହିଳାଙ୍କ ସ୍ୱାମୀ ଓ ଠିକଣା ବଦଳାଇ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସଂପୃକ୍ତ ମହିଳା ବିଭିନ୍ନ ସରକାରୀ ଅନୁଦାନ ଅର୍ଥ ସମେତ ଜନ୍ମିତ ଶିଶୁର ଜନ୍ମ ପ୍ରମାଣ ପତ୍ର ପାଇବାରୁ ବଂଚିତ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ରାଉତରାପୁର ଗ୍ରାମର ପୁଷ୍ପକ ନାୟକ ଓରଫ୍ ବୈକୁଣ୍ଠ ନାୟକଙ୍କ ପତ୍ନୀ ଇତିଶ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଇତିଶ୍ରୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପୁଷ୍ପକ ଗତ ସେପ୍ଟେମ୍ବର ୧୧ ତାରିଖ ସକାଳେ ତାଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଦାୟିତ୍ୱରେ ଥିବା ନର୍ସ ଇତିଶ୍ରୀଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଖର୍ଚ୍ଚ ଦେଲେ ଏଠାରେ ଡେଲିଭରି କରାଇଦେବେ ବୋଲି କହିଥିଲେ ବୋଲି ଅଭିଯୋଗ ହୋଇଛି । କିଛି ସମୟ ପରେ ଇତିଶ୍ରୀ ଦୁଇଟି ଯାଅାଁଳା ପୁଅ ଝିଅ ଜନ୍ମ ଦେଇଥିଲେ । ଡେଲିଭରି କରାଇଥିବାରୁ ସଂପୃକ୍ତ ନର୍ସ ଖର୍ଚ୍ଚ ମାଗିଥିଲେ , ଇତିଶ୍ରୀଙ୍କ ଶାଶୁଙ୍କ ଉପରକୁ ଫିଙ୍ଗିବା ସହ ଆମେ କ’ଣ ଭିକାରୀ ବୋଲି ଆକ୍ଷେପ କରି ବିରକ୍ତି ପ୍ରକାଶ କରିଥିଲେ । ପରେ ପୁଷ୍ପକ ତାଙ୍କୁ ଆଉ ୩ ଶହ ଟଙ୍କା ଦେଇଥିଲେ । ଏଥିରେ ମଧ୍ୟ ସନ୍ତୁଷ୍ଟ ହୋଇନଥିବା ସଂପୃକ୍ତ ନର୍ସ ଜୁଲମ୍ କରି ଶେଷରେ ୬ଶହ ଟଙ୍କା ନେଇଥିଲେ । ତେବେମ୍ନ୍ିତ ଜାଆଁଳା ଶିଶୁଙ୍କ ଓଜନ କମ୍ ଥିବାରୁ ଇତିଶ୍ରୀଙ୍କୁ କଟକ ବଡ ଡାକ୍ତର ଖାନାକୁ ପଠାଇଦିଆଯାଇଥିଲା । କଟକରୁ ଫେରିବା ପରେ ପୁଷ୍ପକ ପୁଅ ଝିଅଙ୍କ ଜନ୍ମ ପ୍ରମାଣ ପତ୍ର ନେବାକୁ ଆବେଦନ କରିଥିଲେ ହେଲେ ଜନ୍ମ ପ୍ରମାଣ ପତ୍ରରେ ଇତିଶ୍ରୀଙ୍କ ସ୍ୱାମୀଙ୍କ ନାମ ପୁଷ୍ପକ ବଦଳରେ କହ୍ନେଇ ନାୟକ ଲେଖାଯାଇଛି । ସେହିପରି ଠିକଣା ରାଉତରାପୁର ବଦଳରେ ଗୋପାଳପୁର ହୋଇଯାଇଛି । ଫଳରେ ଇତିଶ୍ରୀଙ୍କୁ ଜନନୀ ସୁରକ୍ଷା ଯୋଜନା ୧୪ ଶହ ଟଙ୍କା ଅନୁଦାନ ଶହ ୪୮ ଘଂଟା ଡାକ୍ତର ଖାନାରେ ରହିବା ସହାୟତା ଅର୍ଥ ରାଶି ବାବଦକୁ ୫ଶହ ଟଙ୍କା ମିଳିପାରୁନି । ଏଥିରେ ଜନ୍ମ ପ୍ରମାଣ ପତ୍ରରେ ନାମ ଓ ଠିକଣା ଭୁଲ୍ ଥିବାରୁ ଶିଶୁଦ୍ୱୟଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଏ ସଂପର୍କରେ ପୁଷ୍ପକ ସଂପୃକ୍ତ ନର୍ସଙ୍କୁ ଜଣାଇଥିଲେ । ବୁଝିବା ବୁଝିବା କହି ସେ ତାଙ୍କୁ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଡାକ୍ତର ଖାନାରେ ବସାଇଦେଇଥିଲେ । ।ହେଲେ ସମସ୍ୟାର ସମାଧାନ ହୋଇପାରି ନଥିଲା । ବାଧ୍ୟ ହୋଇ ପୁଷ୍ପକ ଚଳିତ ମାସ ୧୯ ତାରିଖ ଦିନ ଏ ସଂପର୍କରେ ଡାକ୍ତରଖାନା ମୁଖ୍ୟଙ୍କ ଉଦେ୍ଦଶ୍ୟରେ ଅଭିାଯୋଗ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଧର୍ମଶାଳା ଦଳିତ ସଂଘ ସଭାପତି ହରିହର ମଲ୍ଲିକ ଦୃଢ଼ ଭାବରେ ଦାବି କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *