Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମଧ୍ୟାହ୍ନ ଭୋଜନ ବଦଳରେ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ପ୍ରଦାନ ମେସେଜରେ ୧୬୨ ରିପୋର୍ଟ ଦେଇ ଫସିଲେ ପ୍ରଧାନଶିକ୍ଷକ

1 min read

ତିହିଡି,21/11(ସଖପ୍ର) ରୋଷେଇ ହୋଇନି କି ପିଲାମାନେ ଖାଇନାହାଁନ୍ତି ମଧ୍ୟାହ୍ନ ଭୋଜନ ହେଲେ କାଗଜ କଲମରେ ପ୍ରଧାନ ଶିକ୍ଷକ ଦର୍ଶାଇଛନ୍ତିି ୧୬୨ ପିଲାଙ୍କ ଉପସ୍ଥାନ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ତଳଦୁମୁକା ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ । ରାଜ୍ୟ ସରକାରଙ୍କର ମଧ୍ୟାହ୍ନ ଭୋଜନ ୱେବସାଇଟ୍ରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଚଳିତ ମାସ ୧୪ ତାରିଖ ଅର୍ଥାତ ଶିଶୁ ଦିବସ ଦିନ ଏହି ବିଦ୍ୟାଳୟରେ ୧୬୨ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । ହେଲେ ବାସ୍ତବ ଚିତ୍ର ଥିଲା ଓଲଟା । ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଭାବକମାନେ କରିଥିବା ଅଭିଯୋଗ ଅନୁସାରେ ସେଦିନ ଛାତ୍ରଛାତ୍ରୀମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ନଖାଇ ଚକଲେଟ ନେଇ ଫେରିଥିଲେ ଘରକୁ । ପ୍ରଧାନ ଶିକ୍ଷକ ଗୋଟିଏ ଦିନର ୧୬୨ ପିଲାଙ୍କର ମଧ୍ୟାହ୍ନ ଭୋଜନ ଟଙ୍କା ହଡପ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏମିତିକି ସେଦିନ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଚକଲେଟ ନେଇ ଆସିଥିବାର କହିଛନ୍ତି । କେତେକ ଅଭିଭାବକ ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ଭେଟି କଣ ପାଇଁ ପିଲାଙ୍କୁ ଚକଲେଟ୍ ଦିଆଯାଇ ଖାଇବା ଦିଆଯାଇଛି ବୋଲି ରିପୋର୍ଟ ଦିଆଗଲା ବୋଲି ମଧ୍ୟ ପଚାରିଥିଲେ । ତଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ହୋହାଲ୍ଲା କରିଥିଲେ । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଉଦୟ ନାରାୟଣ ଦାଶଙ୍କୁ ପଚାରିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ହେବା କଥା ନୁହେଁ ଯଦି ପିଲାମାନେ ସେଦିନ ମଧ୍ୟାହ୍ନ ଭୋଜନ ଖାଇନଥିବେ ତଦନ୍ତ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *