Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବଢୁଛି ଅସାମାଜିକ ଯୁବକଙ୍କ ଉପଦ୍ରବ, ଏସପିଙ୍କ ନିକଟରେ ମହିଳାଙ୍କ ସଂଘବଦ୍ଧ ଅଭିଯୋଗ

1 min read

ଭଦ୍ରକ: (ସଖପ୍ର) ସହରର ବଙ୍କବାସୁଦେବପୁର ଅଞ୍ଚଳରେ ବୃଦ୍ଧି ପାଉଛି ଅସାମାଜିକ ଯୁବକଙ୍କ ଆତଙ୍କ | ଆଜି ଏ ନେଇ ଏହି ଅଞ୍ଚଳର ମହିଳାମାନେ ସଂଘବଦ୍ଧ ଭାବେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରଛନ୍ତି |ଦୁଇ ଦିନ ତଳେ ଜଣେ ଯୁବତୀଙ୍କୁ କିଛି ଯୁବକ କମେଣ୍ଟ ମାରିବା ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜି ଥିଲା | ପରେ କଥା ଟାଉନ ଥାନାରେ ଆସି ମେଣ୍ଟି ଥିଲେ ମଧ୍ୟ ଅସାମାଜିକ ଯୁବକଙ୍କ ଉପରେ କିଛି ପ୍ରଭାବ ପଡ଼ି ନଥିବା ଅଭିଯୋଗ କରିଛନ୍ତି ମହିଳା | ରାସ୍ତାରେ ଯାଉଥିବା ଯୁବତୀଙ୍କୁ କମେଣ୍ଟ ମାରିବା ସହ ଖରାପ ଭାଷାରେ ଗାଳି କରିବା, ରାସ୍ତାରେ କ୍ଷିପ୍ତ ଗତିରେ ଗାଡି ଚଳାଇବା, ଘର ଉପରକୁ ଢେଲା ପଥର ମାରିବା ଓ ମୁନିସିପାଲିଟି ଲାଇଟ ଭାଙ୍ଗିବା ସହ ପରିବେଶକୁ ଅଶାନ୍ତ କରୁଛନ୍ତି ଅସାମାଜିକ ତ୍ବତ୍ତ | ତେଣୁ ଅଭିଯୋଗ ପରେ ଆଗାମୀ ଦିନରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ ଏସପି ଅଫିସରେ ଧାରଣା ବସିବେ ବୋଲି ବଙ୍କବାସୁଦେବପୁରର ମହିଳାମାନେ ଚେତାବନୀ ଦେଇଛନ୍ତି | ଅପରପକ୍ଷେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛି ପୋଲିସ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *