Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବକାରୀ ଓ ପୋଲିସ ବିଭାଗ ଚୁପ କାହିଁକି…

1 min read

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଷ କିଛି ନୂଆ ନୁହେଁ |ବିଛିନ୍ନାଂଚଳ କଥା ନ କହିବା ଭଲ |କିନ୍ତୁ ଯେଉଁଠି ରାସ୍ତା ଅଛି ସେଠାରେ ମଧ୍ୟ ପାଖାପାଖି ହଜାର ଏକର ଜମିରେ ଗଂଜେଇ ମାଫିଆମାନେ ଗଂଜେଇ ଚାଷ କରିଛନ୍ତି |ଜିଲ୍ଲାର ବଡଡୁରାଲ ପଂଚାୟତର ହନୁମାଲ, ଅନଗେଲ, ସାନଡୁରାଲ, ଗଦବପଡା, ସନୁଗୁଡା ଓ ଖୀନି ଗୌଡ଼ପୁଟ ଶହ ଶହ ଏକର ଜମିରେ ଗଂଜେଇ ଚାଷ ହୋଇଛି |ସେହିପରି ମାଡ଼କାପଦର ପଂଚାୟତର କଟରାକୁଣ୍ଡ, ବହାଦୁରଗୁଡା, ନୁନଖାରି, ମହୁଲପୁଟ, ଗୁମ୍ମା ଝରଣ, ଟୋଟାଗୁଡା ଓ ଶୁକ୍ରୀପୁଟ ରେ ମଧ୍ୟ ଶହ ଶହ ଏକର ଜମିରେ ଗଂଜେଇ ଚାଷ ହୋଇଛି |ଗଂଜେଇ ମାଫିଆ ମାନେ ନିରୀହ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଏହି ଚାଷ କରିବାକୁ ବାଧ୍ୟ କରୁଛନ୍ତି |ବେଳେ ବେଳେ ଗଂଜେଇ ଚାଲାଣରେ ଧରାପଡ଼ି ଜୀବନ ନଷ୍ଟ ହେଉଛି |ପାଖାପାଖି ହଜାର ଏକର ଜମିରେ ଗଂଜେଇ ଚାଷ ହେଲାପରେ ମଧ୍ୟ କିପରି ଅବକାରୀ କିମ୍ବା ପୋଲିସ ପ୍ରଶାସନ ପାଖରେ ଖବର ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ |ଅବକାରୀ ଓ ସ୍ଥାନୀୟ ପୋଲିସଙ୍କ ଜାଣତରେ ଏହି ରାକେଟ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |ଦେଖିବାକୁ ବାକିରହିଲା ଏହି ସବୁଜ ଜହର କବଳରୁ କେବେ ପ୍ରଶାସନ ଏହି ନିରୀହ ଆଦିବାସୀଙ୍କୁ ବଞ୍ଚାଉଛି ଓ ଜିଲ୍ଲାରୁ ଏହି କରବାରକୁ ସମ୍ପୂର୍ଣ ଭାବେ ବନ୍ଦ କରୁଛି |

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *