Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ରେ ଜାତୀୟ ପ୍ରେସ ଦିବସ ପାଳିତ…

1 min read

ମାଲକାନଗିରି :ପ୍ରତ୍ୟକ ବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ପାଳିତ ହୁଏ |ଏହି ମର୍ମରେ ଆଜି ମାଲକାନଗିରି ଜିଲ୍ଲା ଏମ ୟୁ ଯେ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା |ଏହି ସଭାରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |ସଙ୍ଘର ସଭାପତି ଶ୍ରୀ ଗୋପୀ ପଟନାୟକ, ପୂର୍ବତନ ସଭାପତି ଶ୍ରୀ ଭାସ୍କର ବେହେରା, ଦେବ ପ୍ରସାଦ ଦାଶ, ଈଶ୍ୱର ପଟନାୟକ ଓ ଜିଲ୍ଲାର ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ |ମୁଖ୍ୟ ଅତିଥି ନିର୍ଭିକ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବା ଓ ଜିଲ୍ଲାର ସୁବିଧା ଅସୁବିଧା ଗୁଡିକୁ ଠିକ ଭାବେ ଉପସ୍ଥାପନା କରିବାକୁ କହିଥିଲେ |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *