Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଟିମ ଉଇ କେନ ତରଫରୁ ବସ୍ତ୍ର ଦାନ…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ଟିମ ଉଇ କେନ ବହୁତ ସମାଜସେବା କରିଚାଲିଛି |ଏବେ ଆହୁରି ଏକ ପାଦ ଆଗକୁ ବଢ଼ି ଏହି ସଂଗଠନ ଜିଲ୍ଲାର ପଦ୍ମଗିରି ପଂଚାୟତ ର କଦଳୀପଦର ଗ୍ରାମରେ ଦୁଃଖୀ ଦରିଦ୍ରଙ୍କୁ ଡ୍ରେସ, କମ୍ବଳ, ସ୍ଵେଟର ଓ ଶାଢ଼ୀ ଦେଇଥିଲେ |ଟିମ ଉଇ କେନ ସଦସ୍ୟ ତନ୍ମୟ ସାମଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୁଃଖୀଙ୍କ ମୁହଁରେ ଆମେ କିଛି ହସ ଫୁଟାଇ ପାରିଲେ ଆମ ଜୀବନ ଧନ୍ୟ ହୋଇଯିବ |ତେଣୁ ଆମ୍ଭେମାନେ ସମାଜର କିଛି କାମରେ ଆସିବାର ଉଦେଶ୍ୟ ନେଇ ଏହି ସଂଗଠନ କରିଛୁ |ମାଲକାନଗିରି ଜିଲ୍ଲାରେ ଏହି ସଂଗଠନର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *