November 18, 2025

Sabubarga Khabar

All category news

ସାଲେପୁର ବ୍ଲକର ସାଲେପୁର ହାଇସ୍କୁଲରେ ଶିଶୁ ମହୋତ୍ସବ ଏବଂ ବିଜ୍ଞାନମେଳା ଅନୁଷ୍ଠିତ

ସାଲେପୁର:(ଏନ୍, ପୁରୁଷୋତ୍ତମ ରେଡି): କଟକ ଜିଲ୍ଲା ସାଲେପୁର ବ୍ଲକର ସାଲେପୁର ହାଇସ୍କୁଲରେ ଶିଶୁ ମହୋତ୍ସବ ଏବଂ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାଲେପୁର ୩୩ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ବିଭନ୍ନ ପ୍ରକାର ପ୍ରତିଯୋଗିତା ଓ ବିଜ୍ଞାନ ର ପ୍ରୋଜେକ୍ଟ ଛାତ୍ରଛାତ୍ରୀ ମାନେ ଦେଖିଇ ଥିଲେ।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଯୋଗ ଦେଇଥିଲେ।ତାଙ୍କ ସାଙ୍ଗରେ ଟାଙ୍ଗି-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦର ଅଧକ୍ଷା ଜ୍ୟୋତିରେଖା ନାୟକ,ପୂର୍ବତନ ସାଲେପୁର ବ୍ଲକ ର ଉପଧକ୍ଷ ଦିଲ୍ଲୀପ ଦାଶ, ଚିତ୍ତରଞ୍ଜନ ମହାନ୍ତି,ସାଲେପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା,ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ଆଚାର୍ୟ୍ୟ, ବହୁ ଗ୍ରାମ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ,ଏବଂ ସବୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।ସାଲେପୁର ହାଇସ୍କୁଲ ପରିସରରେ ଦୁଇ ଦିନ ଧରି ଏହି କାର୍ୟ୍ୟକ୍ରମ ଚାଲିଥିଲା।ଏଥିରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.