Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

1 min read

ରାୟଗଡଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) 16.11.2019ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁୁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଏବଂ ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଦଭାବନା କକ୍ଷରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଭାପତି ଭାରପ୍ରାପ୍ତ ଜିଲ୍ଳାପାଳ ତଥା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିିଥି ଭାବେ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଜୁପିଟର ଇଂଟରନ୍ୟାସନାଲ କଲେଜର ଅଧ୍ୟକ୍ଷ ଡ.ଅଶୋକ କୁମାର ମିଶ୍ର, ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ.ମାନସୀ ମହାନ୍ତି, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶ ନାୟକ, ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଆଦିପତି କହଁର, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମଙ୍କ ସମେତ ଜିଲ୍ଳା ଓ ବ୍ଳକସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସରକାରଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ରାୟଗଡ ଜିଲ୍ଳାର ୧୬୧ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବୀମା କାର୍ଡ ପ୍ରଦାନ କରାଯାଇଥିବା ବେଳେ ଆଉ ୧୦୦ଜଣଙ୍କ ଆବେଦନ ପତ୍ର ବିଭାଗକୁ ପ୍ରେରଣ କରାଯାଇଥିବା ନେଇ ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମରେ ଗୃହିତ ସାମ୍ବାଦିକଙ୍କ ସମସ୍ୟା ଓ ଦାବିଗୁଡିକକୁ ପ୍ରଶାସନିକ ଓ ସରକାରଙ୍କ ସ୍ତରରେ ଉପସ୍ଥାପନା କରାଯିବ ବୋଲି ପ୍ରକାଶ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷ ସମ୍ବାଦ ପରିବେଷଣ-ବାଖ୍ୟାନ-“ଏକ ଅଭିଯାନ” ଏବଂ ଶିଶୁ ମିତ୍ର ସମ୍ବାଦ ପରିବେଷଣ ବିଷୟବସ୍ତୁ ଉପରେ ଆଲୋଚନା ଆରମ୍ଭ କରାଯାଇଥିଲା । ମୁଖ୍ୟ ବକ୍ତାମାନେ ସମାଜିକ ସ୍ତରରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଓ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପଂହଚାଇବା ପାଇଁ ଜାଗ୍ରତ ପ୍ରହରୀ ଭାବେ ସାମ୍ବାଦିକମାନେ ନିଜ ଦାୟିତ୍ୱ ଓ କର୍ତବ୍ୟକୁ ଠିକ ଭାବେ ତୁଲାଇ ଆସୁଛନ୍ତି ବୋଲି ପ୍ରକାଶ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀ, ବାସୁଦେବ ପାତ୍ର, ଅମୂଲ୍ୟରତ୍ନ ସାହୁ, ଗୋପରଂଜନ ବକ୍ସିପାତ୍ରଙ୍କ ସମେତ ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ଗ୍ରହଣ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ଅସୁବିଧାଗୁଡିକ ଉପରେ ଆଲୋକପାତ କରାଇବା ସହ ଡିଆଇପିଆରଓଙ୍କ କାର୍ଯ୍ୟାଳୟ ଓ ତା’ନିକରେ ପ୍ରେସ ଲଂଜ, ସାମ୍ବାଦିକଙ୍କୁ ସୁରକ୍ଷା, ସ୍ୱାସ୍ଥ୍ୟବୀମା କାର୍ଡ, ରେଳବାଇ ପାସ ଆଦି ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉ ବୋଲି କହିଥିଲେ । ପ୍ରଶାସନର ବିଭିନ୍ନ ବିଭାଗକୁ ନେଇ ବିଭିନ୍ନ ସମୟରେ ସାମ୍ବାଦିକମାନେ ପରିବେଷଣ କରୁଥିବା ସମ୍ବାଦକୁ ନେଇ ବିଭାଗୀୟ କର୍ତୁପକ୍ଷମାନେ କୈାଣସି ପ୍ରକାର ଅସହିଷ୍ଣୁ ଭାବ ପ୍ରକାଶ ନ କରି ଉକ୍ତ ଖବରର ତଥ୍ୟ ବାହାର କରି ସମାଧାନ ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ ଏବଂ ସମସ୍ତ ସାମ୍ବାଦିକମାନେ ନିରପେକ୍ଷ, ନିର୍ଭିକ, ସ୍ୱଚ୍ଛତା ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଦ୍ୱାରା ଜିଲ୍ଳାର ବିକାଶ ସହ ସମାଜରେ ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଏକ ସୁସଂପର୍କ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡିଆଇପିଆରଓ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *