Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବହେଳିତ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

1 min read

ବନ୍ତ, ୧୬: /୧୧(ସଖପ୍ର) କୈାଣସି ବିଶେଷଜ୍ଞ ଡ଼ାକ୍ତର, ନିୟମିତ ଫାର୍ମାସିଷ୍ଟ, କେହିବି ଜଣେ ଆଟେଣ୍ଡାଣ୍ଟ ନ ଥାଇ ତଥାପି ଚାଲିଛି ସ୍ୱାସ୍ଥ୍ୟସେବା । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ । ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇବା ପରଠାରୁ ଆଜିଯାଏ ନାନାଦି ସମସ୍ୟାଦେଇ ଗତି କରୁଛି । ଯଦ୍ଦ୍ୱାରା ରୋଗୀମାନେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ଏହି ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ଏହି ବ୍ଲକବାସୀ ନୁହଁନ୍ତି ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳମାନେ ଦାବି କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଆସୁଥିଲେ ସୁଦ୍ଧା ଏହାର ସୁଫଳ ଆଜିଯାଏ ମିଳିପାରି ନାହିଁ କେବଳ ପ୍ରତିଶ୍ରୁତି ହିଁ ମିଳିଛି । ତେଣୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଟି ପ୍ରତିଶ୍ରୁତିରେ ବନ୍ଧା ହୋଇପଡ଼ିଛି । ସ୍ତ୍ରୀରୋଗ ବିଶେଷଜ୍ଞ ପଦବୀ ସମେତ ଶିଶୁ,ଅସ୍ତ୍ରୋପ·ର ଓ ମେଡ଼ିସିନ ବିଶେଷଜ୍ଞ ଆଦି ସମସ୍ତ ପଦବୀ ଖାଲିପଡ଼ିଛି । ନିୟମିତ ୩ଜଣ ଆଟେଣ୍ଡାଟ ଅବସର ନେଲା ପରେ ସେହି ପଦବୀ ମଧ୍ୟ ପୁରଣ ହୋଇପାରିନାହିଁ । ଚତୁର୍ଥଶ୍ରେଣୀ କର୍ମ·ରୀ ଓ ଲେବରୋଟୋରୀ ଟେକ୍ନିସିଆନ ପଦ ମଧ୍ୟ ଖାଲିପଡ଼ିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ କୋ÷ଣସି ନିୟମିତ ଫାର୍ମାସିଷ୍ଟ ନଥିବାରୁ ନିରାମୟ େଓ÷ାଷଧ ବଣ୍ଟନ ଫାର୍ମାସିଷ୍ଟ ସେବା ଯୋଗାଇ ଦେଉଥିବାର ପରିଲକ୍ଷିତ ହେଉଛି । ଗତ କିଛି ମାସ ହେବ ଆଉଡ଼ୋର ଅପେକ୍ଷା ଇନଡ଼ୋରରେ ଅଧିକ ରୋଗୀ ଚିକିତ୍ସିତ ହୋଇଥିବାର ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲକ୍ଷ୍ୟଧିକ ଟଙ୍କାର ଯନ୍ତ୍ରାଂଶ ରହିଥିଲେ ସୁଦ୍ଧା ଏହାର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଭିନ୍ନ ମୂଲ୍ୟବାନ ସରଞ୍ଜାମମାନ ରହିଛି । ଏଥି ସହିତ ବିଭିନ୍ନ ଓ୍ୟ÷ଷଧ, ଜେନେରେଟର, ଏସି ଆଦି ମଧ୍ୟ ରହିଛି । ମାତ୍ର ଏହାକୁ ଜଗିବା ପାଇଁ ସୁରକ୍ଷା କର୍ମୀମାନେ ୨୪ ଘଣ୍ଟିଆ ଡ଼୍ୟୁଟି କରୁଥିଲେ ସୁଦ୍ଧା ଗତ ୨୦୧୪ ମସିହା ଠାରୁ ଏହି ବ୍ୟବସ୍ଥା ନାହିଁ ବୋଲି ଜଣାପଡ଼ିଛି । ଏଫଆରୟୁ ଅର୍ଥରେ ପୂର୍ବରୁ ଏହି ସୁରକ୍ଷାକର୍ମୀ ନିଯୁକ୍ତି ହୋଇଥିଲେ ମାତ୍ର ଏହି ଅର୍ଥରେ ଝାଡ଼ୁଦାର ଦରମା, ପାଣି ଓ ବିଦ୍ୟୁତ ବିଲ ପୈଠ କରାଯାଉଛି । ଯଦ୍ୱାରା ଅର୍ଥାଭାବ ଯୋଗୁଁ ସୁରକ୍ଷାକର୍ମୀ ନିଯୁକ୍ତି ହୋଇ ପାରୁ ନଥିବାର ଜଣାପଡ଼ିଛି । ସୁରକ୍ଷା କର୍ମୀ ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବାଇକ୍ , ସାଇକେଲ ରହିବା ଫଳରେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ରୋଗୀ ଆସୁଥିବା ବାଇକ ଓ ଯାନବାହାନ ଗୁଡ଼ିକ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଥିବାର ପରିଲକ୍ଷିତ ହେଉଛି । ରାତି ସମୟରେ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ଚିକିତ୍ସା ହେବାକୁ ନିରାପଦ ମଣୁ ନାହାଁନ୍ତି । ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ନାହିଁ ନାହିଁରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିବା ବଡ଼ ଦୁଃଖର ବିଷୟ ବୋଲି ଆଲୋଚନାମାନ ହେଉଛି । ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏଫଆରୟୁ ମାନ୍ୟତା ପାଇଥିବାରୁ ୩୨ଟି ରୋଗୀ ଶଯ୍ୟା ଥିବା ବଦଳରେ ୧୬ଟି ରହିଛି । ଯଦ୍ଦ୍ୱାରା ରୋଗୀମାନେ ଅଧିକାଂଶ ସମୟରେ ବାରଣ୍ଡାରେ ଚିକିତ୍ସିତ ହୋଇଥାନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ୍ ଆସିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପରିସର କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପୁରାପୁରି ଚକ୍କାଚକ୍କ କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନଜୀରକୁ ନେଲେ ଏହା ରୋଗୀଙ୍କୁ ଉପହାସ ସଦୃଶ୍ୟ ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାସହ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଚେଷ୍ଟିତ ହେବାକୁ ସ୍ଥାନୀୟ ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *