Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସର୍ବଭାରତୀୟ ସିକୁ କପ୍ ଉଦଯାପିତ: ଓଡିଶା ପୋଷ୍ଟାଲକୁ ହରାଇ ୟୁନିଅନ ସ୍ପୋଟିଂ ଝାରଖଣ୍ଡ ଚାମ୍ପିଆନ

1 min read

ଯାଜପୁର:(ନାରାୟଣ ରଥ) ଯାଜପୁର ଜିଲ୍ଲାର ଜାରକା ମହୋତ୍ସବ ଗ୍ରାଉଣ୍ଡରେ ଚାଲିଥିବା ସର୍ବଭାରତୀୟ ସିକୁ କପ ଆଜି ଉଦଯାପିତ ହୋଇଯାଇଛି । ଆଜିର ମ୍ୟାଚ ଓଡିଶା ପୋଷ୍ଟାଲ ସର୍ଭିସ ଏବଂ ୟୁନିଅନ ସ୍ପୋଟିଂ ଝାରଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଓଡିଶା ପୋଷ୍ଟାଲ ନିର୍ଧାରିତ ଓଭର ମଧ୍ୟରେ ୨୮.୨ଓଭର ଖେଳି ନିଜର ସମସ୍ତ ଓ୍ବିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷରୁ ଅନୁରାଗ ଷଢ଼ଙ୍ଗୀ ୭୨ବଲରେ ୮୫ରନ୍ ଏବଂ ରାଜେଶ ସେଠୀ ୨୨ବଲରେ ୩୭ରନ୍ ସର୍ବାଧିକ କରିଥିବା ବେଳେ ବିପକ୍ଷ ଦଳର ବୋଲର ରୋନି ଯାଜବ ଦଳ ପାଇଁ ୬ଓଭର ବୋଲିଂ କରି ୨୯ରନ୍ ଦେଇ ୩ଟି ୱକେଟ ଏବଂ ହର୍ଷ ସିଂହ ୩ଓଭରରେ ୩୮ରନ୍ ଦେଇ ୩ଟି ୱକେଟ ଅକ୍ତିଆର କରିଥିଲେ । ଜବାବରେ ୟୁନିଅନ ସ୍ପୋଟିଂ ଝାରଖଣ୍ଡ ବ୍ୟାଟି ଆରମ୍ଭ କରି ୧୪.୨ଓଭରରେ ମାତ୍ର ୨ୱକେଟ ହରାଇ ବିଜୟ ହାସଲ କରିନେଇଥିଲା । ଦଳପକ୍ଷରୁ ଅବିନାଶ ଯାଦବ ୪୯ବଲରେ ୧୧୮ରନ୍ ଏବଂ ଅମିତ ସିଂହ ୩୫ବଲରେ ୬୮ରନ୍ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ଆଶିଷ ପ୍ରଧାନ ୨ଓଭରରେ ୨୬ରନ୍ ଦେଇ ୧ଟି ୱକେଟ ଏବଂ ସେକ ସଲିମାନ ୧.୨ଓଭରରେ ୨୬ରନ୍ ନେଇ ୧ଟି ୱକେଟ ଅକ୍ତିଆର କରିଥିଲେ । ପରେ ଅତିଥି ଭାବେ ଚଳଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଯାଜପୁରର ପୂର୍ବତନ ସିଡିଏମଓ ବିଜୟ ଶତପଥୀ ଟ୍ରଷ୍ଟର ଉପାଧ୍ୟକ୍ଷ ହିମାଂଶୁ ଶେଖର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ଟ୍ରଫି ଏବଂ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଅବିନାଶ ଯାଦବଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଅମିତ ସିଂହଙ୍କୁ ମ୍ୟାନ ଅଫ ଦି ସିରିଜ ବିବେଚନା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳକୁ ପ୍ରାଣନାଥ ଜେନା, ଶୁଭ୍ରଜିତ ଦାସ, ଆଶୁତୋଷ ପାଣି, ଚିତ୍ତ ରଂଜନ ମହାନ୍ତି ପରିଚାଳନା କରିଥିବା ବେଳେ ବୁବୁ ସିଂହା, କାହ୍ନୁସେଠୀ, ସରୋଜ ପଟ୍ଟନାୟକ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ଲୁବୁନ୍ ଟୁବୁନଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହାକୁ ସ୍ୱାଗତ ଦାସ ସମେତ ସିକୁ କପର ସମସ୍ତ ମେମ୍ବର ମାନେ ପରିଚାଳନା କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *