Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୫୩ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ଦୈନିକ ଯାଉଛି ଜୀବନ

1 min read

ଧର୍ମଶାଳା, ୧୫/୧୧/୨୦୧୯:(ପ୍ରତିନିଧି ନାରାୟଣ ରଥ) ଚଣ୍ଡିଖୋଲ ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଦୀର୍ଘ ଦିନ ହେବ ମରଣଯନ୍ତାରେ ପରିଣତ ହୋଇଛି । ଦୈନିକ ଛୋଟବଡ ଦୁର୍ଘଟଣା ଘଟି ଯିବନ ଯାଉଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ସ୍ଥାନୀୟ ଅଂଚଳର ସଚେତନ ନାଗରିକ ମଂଚ ପକ୍ଷରୁ ବହୁବାର ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅନେକ ସମୟରେ ରାଜପଥକୁ ମଧ୍ୟ ଅବରୋଧ କରାଯାଇଛି ।ହେଲେ କୈାଣସି ସୁଫଳ ମିଳିପାରି ନାହିଁ । ଦୀର୍ଘ ୬୦ ବର୍ଷ ହେବ ଏହି ତ୍ୱରିତ ରାଜପଥ ନିର୍ମାଣ କରାଯାଇଥିଲା । ପାରାଦ୍ୱୀପରୁ ଦୈତାରୀ ମାଇନ୍ସ ପର୍ଯ୍ୟନ୍ତ ରାସ୍ତାଟି ଲମ୍ବିଛି । ଏହି ରାସ୍ତା ଦେଇ ଶହ ଶହ ଭାରୀ ଯାନ ଯାତାୟତ କରୁଛି । ଖଣି ଅଂଚଳରୁ ପାରାଦ୍ୱୀପକୁ ଦିନରାତି ଗାଡିମଟର ଚାଲିଛି । ସେହିପରି ପାରାଦ୍ୱୀପରୁ ମଧ୍ୟ ଶିଳ୍ପ ନଗରୀ କଳିଙ୍ଗନଗରକୁ ବହୁ ଗାଡି ଚଳାଚଳ କରୁଛି । ଏହା ଏକ ବ୍ୟସ୍ତ ବହୁଳ ରାସ୍ତାର ମାନ୍ୟତା ଲାଭ କରିଥିବା ବେଳେ ଏହାର ମରାମତି କରାନଯିବା ସମସ୍ତଙ୍କୁ ବିସ୍ମିତ କରୁଛି । କବାଟବନ୍ଧଠାରେ ଥିବା ବ୍ରାହ୍ମଣୀ ସେତୁଟି ଧସିବାକୁ ବସିଲାଣି । ଦ୍ୱିତୀୟ ସେତୁର ନିର୍ମାଣ କରିବାକୁ ସରକାରଙ୍କ ଉଛାଶକ୍ତି ଥିବା ଭଳି ଜଣାପଡୁ ନାହିଁ ।

୍ଅନ୍ୟ ଜାତୀୟ ରାଜପଥଗୁଡିକ ସଂପ୍ରସାରଣ ଓ ସୁଦୃଢ଼ୀକରଣ କରାଯାଉଥିବା ବେଳେ ୫୩ ନଂ ଜାତୀୟ ରାଜପଥ ପ୍ରତି ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରିହେଉଛି ।ଅନ୍ୟ ରାଜପଥ ତୁଳନାରେ ଏହି ରାଜପଥରୁ ସରକାରଙ୍କ ରାଜସ୍ୱ ଅଧିକ ଆଦାୟ ହେଉଛି । କ’ଣ ପାଇଁ ସରକାର ଓ ବିଭାଗୀୟ ଅଦôକାରୀ ଉକ୍ତ ରାସ୍ତା ଉପରେ ଧ୍ୟାନ ଦେଉନାହାନ୍ତି ତାହା ବୁଝାପଡୁନାହିଁ । ତାହା ଏବେ ତଦନ୍ତ ସାପକ୍ଷ ହୋଇପଡିଛି । ଚଣ୍ଡିଖୋଲରୁ ଡୁବୁରୀ ୪ ଟିକିଆ ରାସ୍ତା ନିର୍ମାଣ ପାଇଁ ୬ ବର୍ଷ ତଳେ ଆଇସୋଲସ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା । ୮ ଶହ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାର ନିର୍ମାଣ କରାଯିବାକୁ ମଞ୍ଜୁର ହୋଇଥିଲା । ସଂପୃକ୍ତ କମ୍ପାନୀ ରାସ୍ତାଟିକୁ ଅଧପନ୍ତରିଆ କରି ଛାଡି ଚାଲି ଯାଇଥିଲା । ଆଜକୁ ୩ ବର୍ଷ ହେବ ରାସ୍ତାଟି ସେହିଭଳି ଅବସ୍ଥାରେ ପଡିରହିଛି । ସେହିପରି ଦୀର୍ଘ ଦିନ ହେବ ରାସ୍ତାର ମରାମତି କରାଯାଉ ନ ଥିବାରୁ ବହୁ ସ୍ଥାନରେ ବଡ ବଡ ଖାଲଖମା ସୃଷ୍ଟି ହୋଇଛି । ଯାହାକୁ ନେଇ ଦୈନିକ ଦୁର୍ଘଟଣା ଘଟୁଛି । ୫ ବର୍ଷ ମଧ୍ୟ ୫୦ ଉଦ୍ଧ୍ୱର୍ ଲୋକ ମୃତୁ୍ୟବରଣ କରିଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇ ବିକଳାଙ୍ଗ ହୋଇଥିବା ଜଣାଯାଇଛି । ହେଲେ ଅସଜଡା ରାସ୍ତାର ଦୀର୍ଘ ଦିନ ହେଲା ମରାମତି କରାଯାଇ ନାହିଁ । ଅନେକ ସମୟରେ ସଚେତନ ନାଗରିକ ମଂଚ ପକ୍ଷରୁ ଆବାହକ ସରୋଜକାନ୍ତ ବେହେରାଙ୍କ ଆବାହକତ୍ୱରେ ବହୁ ସ୍ଥାନୀୟ ଯୁବକ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ହସ୍ତକ୍ଷେପ ପରେ ଥରେ କିମ୍ବା ୨ ଥର ବ୍ରାହ୍ମଣୀ ସେତୁର ମରାମତି କରାଯାଇଛି । ତାହା ସମ୍ପୁର୍ଣ୍ଣ କରାଯାଇ ନ ଥିବାରୁ ଆଜି ବି ସେତୁଟି ବିପଦସଙ୍କୁଳ ଅବସ୍ଥାରେ ରହିଛି । ସେହି ସେତୁ ଦେଇ ଲୋକମାନେ ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି । ସେତୁଟି ଭାଙ୍ଗିତୁଟି ଯାଇଥିବାରୁ ଦୈନିକ ଗାଡି ଚଳାଚଳ ବ୍ୟାଘାତ ସୃଷ୍ଟି ହୋଇଛି । ଯଦି ବିଭାଗ ପକ୍ଷରୁ ନୂତନ ସେତୁ ନିର୍ମାଣ କରାନଯାଏ କିମ୍ବା ରାସ୍ତାକୁ ୪ ଟିକିଆ କରାନଯାଏ ତେବେ ଏହିଭଳି ସମସ୍ୟା ଲାଗି ରହିଥିବ ଏଥିରେ ସନେ୍ଦହ ନାହିଁ । ନୀରିହ ଲୋକଙ୍କ ଜୀବନ ମଧ୍ୟ ଯାଉଥିବ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *