Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ସିମେଣ୍ଟମେସିନ ଦଉଡ଼ିଛିଣ୍ଡି ଦୁଇବାଇକ ଆରୋହୀ ମୃତ,ଗ୍ରାମବାସୀଙ୍କ ରାସ୍ତାରୋକ

1 min read

କୋରାପୁଟ:(ସଖପ୍ର) ଆଜି କୋରାପୁଟ ଠାରୁ ଅନତି ଦୂରରେ ଥିବା ଗୋପାଳପୁଟ ନିକଟରେ ଆଜି ଘଟିଯାଇଥିବା ଏକ ସଡକ ଦୁର୍ଘଟଣା।
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ବାଉଁଶଗୁଡା ଗ୍ରାମର ସୋମନାଥ କୁମ୍ଭାର ବୟସ ୫୨, ଏବଂ ଭଗବାନ ଗୌଡ଼ ବୟସ ୬୫, ଆଜି ସକାଳ ୧୧ଘଣ୍ଟା ସମୟର ନିଜର କିଛି କାମ ପାଇଁ କୋରାପୁଟ ସହରକୁ ମଟର ସାଇକେଲରେ ଜାତୀୟ ରାଜପଥ ୨୬ ଦେଇ ଯାଉଥିବା ବେଳେ ବିପରିତ ଦିଗଦେଇ ଆସୁଥିବା ମେକ୍ସ ପିକପ (OR O2 6062 )ରେ ଏକ ମିକଚର ମେସିନ୍ ଟାଣି ଟାଣି କି ନେଉଥିବା ବେଳେ ହଠାତ ଗୋପାଳପୁଟ ଗ୍ରାମ ନିକଟରେ ମେସିନୀକୁ ବନ୍ଧା ଯାଇଥିବା ରଶି ଛିଣ୍ଡି ଯାଇଥିବା ହେତୁ ମେସିନଟି ମଟର ସାଇକେଲରେ ଯାଉଥିବା ଦୁଇଜଣଙ୍କ ଉପରେ ଚାପି ହୋଇଯାଇଥିବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖ ଦାୟକ ଘଟଣା ପ୍ରାସାରିତ ହେଲାପରେ ମୃତ୍ୟୁ ବ୍ୟକ୍ତିଙ୍କର ନିଜ ପରିବାର ପୁଅ ଝିଅ ସମ୍ପର୍କୀୟ ମାନେ ଏକାଠି କ୍ଷତି ପୂରାଣ ଦାବୀ କରି ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ଏହି ରାଜପଥ ଆନ୍ଧ୍ରପ୍ରଦେଶ ଠାରୁ ଜୟପୁର ଦେଇ ଛତିଶଗଡ଼କୁ ସଂଯୋଗ ହୋଇଥିବା ହେତୁ ବହୁ ଯାନବାହନ ଚଳାଚଳ କରିଥାଏ। ୧୧ଘଣ୍ଟା ରୁ ଅପରାହ୍ନ ୩ଘଣ୍ଟା ୩୦ ମିନିଟ ସମୟ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ରାସ୍ତା ଅବରୋଧ କରାଯାଇଥିଲା। ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଜାମ ହୋଇ ରହିଥିଲା। ଯାହା ଫଳରେ ଯାତ୍ରୀ , କଲେଜ ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳେ କିଛି ଅଘଟଣ ଘଟିବା ଆଶଙ୍କାରେ କୋରାପୁଟ ଜିଲ୍ଲା ପୁଲିସ ଡି ଏସ ପି ଙ୍କ ନେତୃତ୍ୱରେ ପୁଲିସ ବାହିନୀକୁ ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କୋରାପୁଟ ସହକାରୀ ଜିଲାପାଳ ଆଲୋକ ଅନୁଗୁଳିଆ, ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ପରିବାର ସମ୍ପର୍କୀୟଙ୍କୁ ବୁଝେଇ ଥିଲେ। ସରକାର ପକ୍ଷରୁ ଯାହା ସହାୟତା ଦରକାର ତାହା ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡ଼କ୍ରସ ପକ୍ଷରୁ ମୃତ୍ୟୁ ଦୁଇ ପରିବାରଙ୍କୁ ୧୦ହଜାର କ୍ଷତି ପୂରଣ ଦିଆଯାଇଥିଲା । ପୁଣି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଲେଖାଏଁ ଦୁଇ ପରିବାରକୁ ଦିଆଯିବ। ଗାଡି ମାଲିକ ମଧ୍ୟ କିଛି କ୍ଷତି ପୂରାଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ହଟିଲେ ମୃତକଙ୍କ ପରିବାର ଓ ଗ୍ରାମବାସୀ। ଦୁର୍ଘଟଣା ଜନିତ ମକଦ୍ଦମା ରୁଜୁ କରି ,ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବ ବୋଲି ଡ଼ିଏସପି ସ୍ୱାଇଁ ସୂଚନା ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରାଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *