ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ସାଲେପୁର ବ୍ଲକ୍ ପହଞ୍ଚିଲେ ତିନି ବରିଷ୍ଠ ଅଧିକାରୀ

ସାଲେପୁର: ସାଲେପୁର ବ୍ଲକର କଟରପା ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ଫଣିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ କରି ସେମାନଙ୍କୁ ଫଣି ବାତ୍ୟାର ସହାୟତା ମିଳିଥିବା ନେଇ ବାରମ୍ବାର ପ୍ରକାଶ ପାଇବା ପରେ ପ୍ରଥମ କରି ରାଜ୍ୟ ସରକାରଙ୍କ ନିର୍ଦେଶରେ କଟକ ଜିଲାପାଳ ଭବାନୀଶଙ୍କର ଚୟନି ସାଲେପୁର ବ୍ଲକ୍କୁ ୩ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଗରୁୁବାରଠାରୁ ତଦନ୍ତ କରିବାକୁ ପଠାଇଛନ୍ତି। କଟକ ଜିଲାପାଳଙ୍କର ଚିଠି ନଂ୮୫୨,ତା.୧୦।୧୧।୧୯ରିଖ ଅନୁଯାୟୀ ବାଙ୍କିର ଅତିରିକ୍ତ ଉପଜିଲାପାଳ ଦେବବ୍ରତ ଦାଶ, ଡମପଡ଼ାର ଅତିରିକ୍ତ ତହସିଲଦାର ଚିନ୍ତାମଣି ସିଂହ, ଆଠଗଡ଼ର ଅତିରିକ୍ତ ଉପଜିଲାପାଳ ଶିବାଶିଷ ପଣ୍ଡା ବୁଧବାର ଆସି ସାଲେପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ଏହି ଅଧିକାରୀମାନେ ସାଲେପର ବ୍ଲକ୍ ର କଟରପା ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ଫଣିରେ ହୋଇଥିବା ଅନିୟମିତତାର ତଦନ୍ତ କରି ଦୁଇଦିନ ଭିତରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏନେଇ ସାଲେପୁର ବ୍ଲକ ଅଞ୍ଚଳରେ ଏବେ ଫଣିବାତ୍ୟାରେ ଅଯୋଗ୍ୟ ଲୋକକୁ ସହାୟତା ପ୍ରଦାନ କରିଥିବା ଅଧିକାରୀମାନେ ଆତଙ୍କିତ ହୋଇପଡିଛନ୍ତି। ଗଣମାଧ୍ୟମରେ ଏହି ଖବର ବାରମ୍ବାର ପ୍ରକାଶ ପାଇବା ପରେ ବିଜେପି ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଏହି ଘଟଣାର ତଦନ୍ତ ପାଇଁ
ଦାବୀ କରାଯାଇଥିଲା। ପ୍ରକାଶଥାଉକି କଟରପା
ପଞ୍ଚାୟତରେ ବହୁକୋଠାଘର ଥିବା ଲୋକଙ୍କୁ ଫଣି
ସହାୟତା ୯୫ହଜାର ଟଙ୍କା ଲେଖାଁ ପ୍ରଦାନ
କରାଯାଇଥିବାବେଳେ ଅବିବାହିତ ପୁଅ ଝିଅ ଏବଂ ଗୋଟିଏ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦୁଇ
ଭାଇ ଏପରିକି ସ୍ୱାମୀ-ସ୍ତ୍ରୀଙ୍କୁ ଫଣି ବାତ୍ୟାର ସହାୟତା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସମାଜରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଥିଲା। ଛାଣିପୁର ପଁଚାୟତର ୧୨ଜଣ ହିତାଧିକାରୀ ୨ଟି ପଞ୍ଚାୟତରେ ହିତାଧିକାରୀ ଥିବା ଦର୍ଶାଯାଇ ନାମ ତାଲିକା ପ୍ରକାଶ ପାଇବା, ମୃତ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ ପାଇବା, ବାଲିସାହି ପଞ୍ଚାୟତ,ତରିତୋ ପଞ୍ଚାୟତ, ନରଦା ପଞ୍ଚାୟତ ସମେତ ବିଭିନ୍ନ
ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଉପରେ ତଦନ୍ତ କରାଯିବ ବୋଲି ଜଣାଯାଇଛି।
କଟକ ଜିଲ୍ଲା ସାଲେପୁରରୁ ଏନ୍ ପୁରୁଷୋତ୍ତମ ରେଡି