Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟରେ ବାଲ୍ୟବିବାହ ରୋକିବ ଅପରାଜିତା ପ୍ରୋଗ୍ରାମ

1 min read

କୋରାପୁଟ: ଆଜି ଶିଶୁ ଦିବସ ଉପଲକ୍ଷେ କୋରାପୁଟ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଜିଲ୍ଲାରେ ବଢୁଥିବା ବାଲ୍ୟବିବାହକୁ ରୋକିବା ପାଇଁ ଅପରାଜିତା ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଛି । ଯାହାକି ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଗ୍ରାମବ୍ଲକରେ ସଚେତନା ମାଧ୍ୟମରେ ବାଲ୍ୟବିବାହରୋକିବ ଓ ଏଥିରେ ସେହିଗ୍ରାମର ମହିଳାଠୁ ଧରି ପୂଜାରୀ ଗ୍ରାମ ମୂଖିଆ ଅଫିସର ଅଙ୍ଗନୱାଡ଼ି କର୍ମୀ ଆଶାକର୍ମୀ ସମସ୍ତଙ୍କୁ ସାମିଲ କରାଯିବ । କେଵଳ ସେତିକି ନୁହଁ। ତପସ୍ଵନି ଜାନି ଆରତୀସାଉଁତା, ଗୋଟି ସାଉଁତା ସମେତ ଅନ୍ୟ ଦୁଇଜଣ ଝିଅ ଅତୀତରେ ବାଲ୍ୟବିବାହକୁ ବିରୋଧ କରିଥିଲେ । ସେମାନଙ୍କୁ ବି ଜିଲ୍ଲା ପ୍ରଶାସନ ଆମ୍ବାସଡ଼ରଭାବେ ଗ୍ରହଣକରି ଏ ପ୍ରୋଗ୍ରାମରେ ସାମିଲ କରିବାକୁ ନିଷ୍ପତି ନେଇଛି । ସଦଭାବନାଗୃହ ଠାରେ ହୋଇଥିବା ପ୍ରୋଗ୍ରାମରେ ଜିଲ୍ଲାପାଳଏହା ଘୋଷଣା କରିଛନ୍ତି । ସୂଚନାନୁସାରେ ରାଜ୍ୟରେ ମାଲକାନଗିରି ପରେ ଦ୍ବିତୀୟ ନମ୍ବରରେ କୋରାପୁଟ ବାଲ୍ୟବିବାହରେ ରହିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *