Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋକର୍ଣ୍ଣେଶ୍ୱର ବାଲିଯାତ୍ରା ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ

1 min read

ଧର୍ମଶାଳା ୧୩/୧୧(ସଖପ୍ର) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଗୋକର୍ଣ୍ଣେଶ୍ୱର ପୀଠରେ ୧୫ ତମ ଗୋକର୍ଣ୍ଣେଶ୍ୱର ବାଲିଯାତ୍ରା ଓ ବିଶ୍ୱଶାନ୍ତି ଯଜ୍ଞ ଉଦ୍ୟାପିତ ହୋଇଯାଇଛି । ବ୍ରାହ୍ମଣୀ ନଦୀ ଅବବାହିକାରେ ଗତ ୮ ତାରିଖ ପଂଚୁକଠାରୁ ଆରମ୍ଭ ହୋଇଥିବା ଯଜ୍ଞ ପୂର୍ଣ୍ଣାହୂତି ହୋଇଯାଇଛି । ପୂର୍ବାହ୍ନରେ ବୋଇତ ବନ୍ଦାଣ କାର୍ଯ୍ୟ ସମାପନ ହୋଇଥିଲା । ୫ ଦିନ ଧରି ପ୍ରତ୍ୟହ ଯଜ୍ଞ ରୀତି ଅନୁଯାୟୀ ଯଜ୍ଞ ଉସôବ ଓ ଅନ୍ୟାନ୍ୟ ଧାର୍ମୀକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରବଳ ଜନ ସମାଗମ ହୋଇଥିଲା । ବାଲିଯାତ୍ରା ପଡିଆରେ ଶହ ଶହ ସଂଖ୍ୟକ ଉଠାଦୋକାନ ପସରା ଖୋଲିଥିବାବେଳେ ଆଖପାଖ ଅଂଚଳର ହଜାର ହଜାର ଲୋକମାନେ ଏକତ୍ରିତ ହୋଇ ଏହାକୁ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ରାୟ ଯଜ୍ଞକର୍ତା ସୁଦର୍ଶନ ଶତପଥୀ, ଉପଦେଷ୍ଟା କ୍ୟାପ୍ ଟେନ ତ୍ରିଲୋଚନ ବିଶ୍ୱାଳ, ଅଭୟାନନ୍ଦ ଶାରଦୀ, ଚନ୍ଦନ ନାୟକ, ଆଦିକନ୍ଦ ସ୍ୱାଇଁ, କାହ୍ନୁଚରଣ ଦାଶ, ଶରତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଗୋକର୍ଣ୍ରେଶ୍ୱର ଶୈବପୀଠରେ ମହାଦେବଙ୍କ ର୍ଦାନ ନିମନ୍ତେ ପ୍ରାତଃରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଲାଗିରହିଥିଲା । ଭିଡକୁ ଲକ୍ଷ୍ୟକରି ଧର୍ମଶାଳା ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପକ୍ଷେ ଡଙ୍ଗା ଭଷାଣ ନିମନ୍ତେ ମଙ୍ଗଳବାର ଭୋରରୁ ବ୍ରାହ୍ମଣୀ ନଦୀରେ ଆଖପାଖ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିଲା । ସେହିପରି ଅନ୍ୟ ଶୈବ ପୀଠ ମାନଙ୍କରେ ଶେଷ ଭିଡଥିବା ଦେଖିବାକୁ ମିଳିଥିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *