Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମନ୍ଦିରରୁ ମାଇକ୍ ଖୋଲୁଥିବା ସମୟରେ ବିଜୁଳି ଆଘାତରେ ଯୁବକ ମୃତ

1 min read

କୋରେଇ, ୧୩/୧୧ :(ସଖପ୍ର) କୋରେଇ ଥାନା ଅଧିନ ଶାଳକଣା ଗ୍ରାମରେ ମାଇକ୍ ସେଟ ମନ୍ଦିରରୁ ଖୋଳୁଥିବା ବେଳେ ବିଜୁଳି ଆଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ମୃତ ଯୁବକ ଜଣକ ହେଉଛନ୍ତି ଅଜୟ କୁମାର ସ୍ୱାଇଁଙ୍କ ସାନପୁଅ କାଳନ୍ଦୀ ସ୍ୱାଇଁ ୨୧ ବୋଲି ଜଣା ଯାଉଛି ।କାଳନ୍ଦୀ ଗୋଟେ ଟେଣ୍ଟ ହାଉସରେ କାମକରନ୍ତି କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ସେହି ଗ୍ରାମରେ ଥିବା ମହାଦେବ ମନ୍ଦିରରେ ମାଇକ୍ ଲଗାଇଥିଲେ ।ପୂଜା ଶେଷ ହେବାପରେ ସେ ବିଳମ୍ବିତ ରାତିରେ ମନ୍ଦିରରୁ ମାଇକ୍ ଖୋଲୁଥିବା ବେଳେ ବିଜୁଳି ଖୁଣ୍ଟରୁ ମାଇକ୍ ସେଟ କୁ ଆସିଥିବା ବିଜୁଳିତାର ସଂଯୋଗ ଛିନ୍ନ କରୁଥିବା ବେଳେ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବ ଜବଦ କରି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *