Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାତିଲ ହେଲା ଧର୍ମଶାଳା ପଂଚାୟତ ସମିତି ବୈଠକ; ବୈଠକ ସ୍ଥଳକୁ ନେଇ ମୁହାଁମୁହିଁ

1 min read

ଧର୍ମଶାଳା ୧୩/୧୧ ଧର୍ମଶାଳା ପଂଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ଶାସକଦଳର ସଭ୍ୟ ସଭ୍ୟାଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଅଧାରୁ ବାତିଲ ହୋଇଯାଇଛି କେତେକ ୨ ଜଣଙ୍କ ସଭ୍ୟ ଚୁପ୍ ରହିଥିବା ବେଳେ ଶାସକଦଳ ସମର୍ଥିତ ସମସ୍ତ ସରପଂଚ, ସମିତି ସଭ୍ୟ, ପଂଚାୟତ ସମିତି ସଭାସ୍ଥଳକୁ ନେଇ ‘ହୋ ହାଲ୍ଳ’’ କରିଥିଲେ । ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ୍ ପରିସରରେ ନିର୍ମିତ ସଭାଗୃହ ବଦଳରେ ସମିତି ପରିସର ସଭାଗୃହରେ କାହିଁକି ବୈଠକ କରାଗଲା? ଏଠାରେ ଶବ୍ଦର ପ୍ରତିଧ୍ୱନୀ ହେଉଛି । କାହା କଥା କାହାରିକୁ ଶୁଭୁନାହିଁ । ଏହା ବୈଠକ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । ପ୍ରଭୃତି ସମସ୍ୟା ଦର୍ଶାଇ ପାଖର ସମିତି ସଭ୍ୟା ବନଜିନୀ ପରିଡା ସଭା ସ୍ଥଳ ମଝିରେ ବସିଯାଇ ପ୍ରତିବାଦ କରିବା ପରେ ପରେ ଅନ୍ୟମାନେ ସ୍ୱର ମିଳାଇଥିଲେ । ସମିତି ସଭ୍ୟ ଜଳଧର ସାହୁ, ଜଳଧର ମହାନ୍ତି, ବନଜିନୀ ପରିଡା, ପ୍ରସନ୍ନ କୁମାର ରାଉତ, ସରପଂଚ କେଦାର ଗନ୍ତାୟତ, ଦିବାକର ବେହେରା, ନଟବର ସାହୁ, ପ୍ରମୁଖ ସଭା ଆରମ୍ଭରୁ ହଟ୍ଟଗୋଳ କରି ଜିଲ୍ଳାପାଳଙ୍କ ନିଦେ୍ର୍ଦଶକୁ ଚ୍ୟାଲେଞ୍ଜ କରିଥିଲେ । ଷ୍ଟାଡିୟମ ସଭାଗୃହ ପରିସର ସଭାଗୃହରେ ବୈଠକ ନହେବା ପର୍ଯ୍ୟନ୍ତ ସେମାନେ ସମିତି ବୈଠକରେ ଯୋଗଦେବେ ନାହିଁ ବୋଲି କହି ବୈଠକ ସ୍ଥଳ ଛାଡି ଚାଲିଯାଇଥିଲେ । ଯାଜପୁର ସଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଉପାଧ୍ୟକ୍ଷ ସୁଜାତା ରାଉତ, ଓ ବିଡିଓ ହେମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳିବା ସେମାନଙ୍କ ପାଇଁ ସମ୍ଭବ ହୋଇନଥିଲା । ପଂଚାୟତ ସମିତି ବୈଠକ ସମିତି ସଭାଗୃହରେ ହୋଇଥିଲା । ସମୟକ୍ରମେ ପଂଚାୟତ ସଂଖ୍ୟା ବଢ଼ିଲା ସେହି ଅନୁପାତରେ ସଭ୍ୟ ସଭ୍ୟାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ଫଳରେ ସ୍ଥାନ ଅଭାବରୁ ସମିତି ସଭାଗୃହ ବଦଳରେ ଏହି ବୈଠକ ବ୍ଲକ୍ ସ୍ତରୀୟ ରାଜୀବ ଗାନ୍ଧି ସେବା କେନ୍ଦ୍ରର ଉପର ମହଲାରେ ହୋଇଥିଲା ହେଲେ ସେଠାରେ ବିଭିନ୍ନ ସମସ୍ୟା ଉପୁଜିଲା । ପରେ ପଂଚାୟତ ସମିତି ଅନୁମୋଦନ କ୍ରମେ ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ପଂଚାୟତ ସମିତି ସଭାଗୃହ ନିର୍ମାଣ କରାଯାଇଥିଲା । ପୂର୍ବରୁ ଏଠାରେ ଦୁଇଟି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି । ଏହା ବେଆଇନ ବୋଲି ଦର୍ଶାଇ ଚହଟା ସମିତି ସଭ୍ୟ ମନୋଜ କୁମାର ରାଉଳ ହାଇକୋର୍ଟର ଦ୍ୱାରସ୍ଥ ହେବା ସହିତ ଗତ ମାର୍ଚ୍ଚ ୧୮ ତାରିଖରେ ଡବ୍ଲୁ୍ୟପିସି – ୬୩୦୮/୨୦୧୯ ରେ ଏକ ମାମଲା ଦାୟର କରିଥିଲେ । ଏଥିରେ ଓଡିଶା ପଂଚାୟତ ସମିତି (କାର୍ଯ୍ୟପରିଚାଳନା) ନିୟମାବଳୀ ୧୯୬୯ ନିୟମ -୩କୁ ଉଲଙ୍ଘନ କରାଯାଇଛି ବୋଲି ଦର୍ଶାଇଥିଲେ । ହାଇକୋର୍ଟ ମାର୍ଚ୍ଚ ୨୦ ରେ ମାମଲାର ଶୁଣାଣି କରି ଜିଲ୍ଲାପାଳଙ୍କ କୋର୍ଟରେ ମଇମାସ ୮ ତାରିଖରେ ମିସ୍କେଶ ନଂ – ୨୨/୨୦୧୯ ରୁଜୁ କରାଯାଇ୍ଥିଲା । ଅଗଷ୍ଟ ୧ ତାରିଖରେ ଜିଲ୍ଲାପାଳ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୈଠକ ଷ୍ଟାଡିୟମ ପରିସରରେ କରିବା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପୁନଃଶ୍ଚ ଦାବି କରିଥିଲେ । ଜିଲ୍ଲାପାଳ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରେ ପଂଚାୟତ ସମିତି ସଭାକାର୍ଯ୍ୟାଳୟ ପତ୍ର ସଂଖ୍ୟା – ୪୪୩୯/୩୦.୧୦.୨୦୧୯ ଅନୁସାରେ ଷଷ୍ଠ ବୈଠକ ସଭାଗୃହରେ ହେବାପାଇଁ ସଭ୍ୟସଭ୍ୟାଙ୍କୁ ସୂଚନା ଦିଆଯାଇଥିଲା । ସୋମବାର ଅପରାହ୍ନରେ ପଂଚାୟତ ସମିତି ସଭାଗୃହରେ ଆରମ୍ଭ ହୋଇ୍ଥିଲା । ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ପୂର୍ବ ବିବରଣୀ ପାଠ କରିଥିଲେ । ପରେ ସାଂସଦ ଓ ବିଧାୟକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଡିଓ ବୈଠକରେ କାର୍ଯ୍ୟସୂଚୀ ପଠନ କ୍ଷଣି ବୈଠକ ସ୍ଥଳକୁ ନେଇ ସଭ୍ୟସଭ୍ୟାମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଜିଲ୍ଲାପାଳଙ୍କ ନିଷ୍ପତିକୁ ବିରୋଧ କରି ସଭ୍ୟ ସଭ୍ୟାମାନେ କକ୍ଷତ୍ୟାଗ କରିଥିବା ବେଳେ ପ୍ରକୋଷ୍ଠରେ କେବଳ ଚହଟା ସମିତି ସଭ୍ୟ ମନୋଜ କୁମାର ରାଉଳ ସୁନ୍ଦରିଆ ସମିତି ସଭ୍ୟା ରିଲୁ ବେହୁରା ଓ ସରକାରୀ କର୍ମଚାରୀ ବର୍ଗ ରହିଥିଲେ । ପରେ ଅଧ୍ୟକ୍ଷ ବୈଠକ ବାତିଲ ଘୋଷଣା କରିଥିଲେ । ଏହି ଘଟଣା ପରେ ଧର୍ମଶାଳା ପଂଚାୟତ ସମିତି ବୈଠକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏବେ ଜିଲ୍ଲାପାଳ ରଂଜନ କୁମାର ଦାସ ବିଦେଶ ଗସ୍ତରେ ଥିବା ବେଳେ ଭାରପ୍ରାପ୍ତ ଜିଲ୍ଲାପାଳ ଏହାକୁ କିପରି ସମାଧାନ କରୁଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି । ସଭାସ୍ଥଳକୁ ନେଇ ଶାସକ ଦଳ ଓ ଜିଲ୍ଳାପାଳ ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚୀୟ ବିଷୟ ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *