ଛୁଟି ଦିନରେ ଗାଡ଼ି ଯାଞ୍ଚ:ଅଜଣା ଟ୍ରକ୍ ଚଢ଼ିଯିବାରୁ ଆର୍ଟିଓ କର୍ମଚାରୀଙ୍କ ମୃତ୍ୟୁ
କେନ୍ଦୁଝର,୧୨/୧୧(ସଖପ୍ର) ଟାଉନଥାନା ରାଙ୍କି ନିକଟସ୍ଥ ପୁରୁଣାପାଣି ପୁରୁଣା ସହର ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅର୍ଥାତ୍ ଛୁଟି ଦିନରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଟ୍ରକ୍ ଧକ୍କାରେ ଜଣେ ଆର୍ଟିଓ କର୍ମଚାରୀ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତ(୪୦)। ପ୍ରାପ୍ତସୂଚ଼ନାଅନୁଯାୟୀ ବିଜୟ ଜୁନିୟର ଏମ୍ଭିଆଇ କାହୁଁ ଚରଣ ବାନରାଙ୍କ ସହ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍ରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ବଡ଼ବିଲ୍ ପଟୁ ଆସୁଥିବା ଏକ ଟ୍ରକ୍କୁ ସେମାନେ ଅଟକାଇଥିଲେ। ମାତ୍ର ଟ୍ରକ୍ ନ ଅଟକି ତାଙ୍କ ଉପରେ ମାଡ଼ିଯାଇଥିଲା।ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିବା ଜୁନିୟର ଏମ୍ଭିଆଇ ବାନରା କହିଛନ୍ତି। ସେହିଠାରୁ ଅଜଣା ଟ୍ରକଟି ଦୁର୍ଘଟଣା ଘଟାଇ ଚ଼ାଲି ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଳାଇଛି।ତେବେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଛୁଟି ଥିବାବେଳେ ଆର୍ଟିଓ ପକ୍ଷରୁ କିପରି ଗାଡ଼ି ଯାଞ୍ଚ ଚାଲିଥିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି।